Advertisement
Article Detail0/zeeodisha/odisha694752
Zee OdishaOdisha Khabarଜଗନ୍ନାଥଙ୍କ ରଥରେ କୋରୋନା କିଛି କରିପାରିବ ନାହିଁ

'ଜଗନ୍ନାଥଙ୍କ ରଥରେ କୋରୋନା କିଛି କରିପାରିବ ନାହିଁ'

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ କେନ୍ଦ୍ର ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ସୁର ରାଉତରାୟ ।

ଫାଇଲ ଫଟୋ
ଫାଇଲ ଫଟୋ

ଯଯାତୀ ମହାନ୍ତି, ଭୁବନେଶ୍ୱର: ପାଖେଇ ଆସିଲାଣି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କୋରୋନା ସଙ୍କଟ ମଧ୍ୟରେ ଏହାକୁ ବେଶ୍ ସାବଧାନତାର ସହ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ନେଇଛନ୍ତି । ତେବେ ରଥଯାତ୍ରା ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ । ଜଗନ୍ନାଥଙ୍କ ରଥରେ କୋରୋନା କିଛି କରିପାରିବ ନାହିଁ ବୋଲି କହିଛନ୍ତି ସୁର । 

ତେବେ ରଥଯାତ୍ରା ନେଇ ରାଜ୍ୟ ସରକାରଙ୍କ ଅନୁରୋଧ ଏବଂ କେନ୍ଦ୍ର ସରକାରଙ୍କ ଅନୁମତି ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ କେନ୍ଦ୍ର ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ସୁର ରାଉତରାୟ । ସେହିପରି କଡ଼ା କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ କରିଛନ୍ତି । 

ସୁର ରାଉତରାୟଙ୍କ କହିବା କଥା ଏହା ଯେ, କୋରୋନା ସଙ୍କଟ ମଧ୍ୟରେ ମଧ୍ୟ ରଥଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ଇତ୍ୟାଦି ସମ୍ପନ୍ନ ହେଉ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ସରକାର ଖୁବଶୀଘ୍ର ଏନେଇ ଘୋଷଣା କରିବେ ବୋଲି ଆଶା ରଖିଥିବା କହିଛନ୍ତି କଂଗ୍ରେସ ବିଧାୟକ । ଏପରିକି ମନ୍ଦିର ମୁଖ୍ୟ ପ୍ରଶାସକ, ମୁଖ୍ୟ ଶାସନ ସଚିବ, ସେବାୟତ, ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା ମଧ୍ୟ ସେ କହିଛନ୍ତି । 

Add Zee News as a Preferred Source

ଅନ୍ୟପଟେ ରଥଯାତ୍ରା ନେଇ ବିଜେଡି ବିଧାୟକ ଶଶି ଭୂଷଣ ବେହେରା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ରଥଯାତ୍ରା ପାଇଁ ସରକାର ସବୁ ପ୍ରକାର ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ । ଏବେ ବି ସମ୍ଭାବନା ରହିଛି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କରିବାକୁ ସରକାର ସବୁ ପ୍ରକାର ବିକଳ୍ପ ଦେଖୁଛନ୍ତି ବୋଲି ସେ କହିଛନ୍ତି । 

About the Author