କରୋନାକୁ ନେଇ ସାରା ଦେଶରେ ଲକ ଡାଉନ ପରିସ୍ଥିତି ଜାରି ରହିଥିବା ବେଳେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଗଞ୍ଜାମ ଜିଲ୍ଲାର ପରିବା ଚାଷୀ
Trending Photos
)
ରାଧାଶ୍ୟାମ ଆଚାର୍ଯ୍ୟ, ଗଞ୍ଜାମ: କରୋନାକୁ ନେଇ ସାରା ଦେଶରେ ଲକ ଡାଉନ ପରିସ୍ଥିତି ଜାରି ରହିଥିବା ବେଳେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଗଞ୍ଜାମ ଜିଲ୍ଲାର ପରିବା ଚାଷୀ । ଚଳିତ ବର୍ଷ ଭଲ ଅମଳକୁ ନେଇ ଦୁଇ ପଇସା ଲାଭର ଆଶା ରଖିଥିବା ଚଷା ପୁଅ ହତାସ ହୋଇ ପଡିଛି । ଲକ ଡାଉନ ପରିସ୍ଥିତି ଯୋଗୁଁ ବିଲରୁ କଷ୍ଟ ଅର୍ଜିତ ଅମଳକୁ ମଣ୍ଡି ପର୍ଯ୍ଯନ୍ତ ପହଞ୍ଚାଇବା ଲାଗି ଅସମର୍ଥ ହେଉଥିବା ବେଳେ ଉଚିତ ଦର ନ ପାଇ ଏବେ ଫସଲ ବିଲରେ ପଚି ସଢୁଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ସରକାରଙ୍କ ସହାୟତା ଲୋଡିଛନ୍ତି ଚାଷୀ କୁଳ।
ବିଲରେ ସଢୁଛି ବିଲାତି । ଏକର ଏକର ଫସଲ ଏବେ ବାଡ ଖାଉଛି । ସେପଟେ ବର୍ଷକର କଷ୍ଟ ଅର୍ଜିତ ଅମଳ ଆଖି ଆଗରେ ନଷ୍ଟ ହେଉଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛି ଚଷାପୁଅ। କାରଣ ଲକ ଡାଉନ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଗଞ୍ଜାମ ଜିଲ୍ଲାର ପରିବା ଚାଷୀ । ଜିଲ୍ଲାର ବୁରୁପଡା, ଖଣ୍ଡରା, ଚାନ୍ଦୁଲି, ପୁନାନ୍ଦ, ସାନ ଖେମୁଣ୍ଡି, ଖଲିଙ୍ଗି, ଦିଗପହଣ୍ଡି, ରମ୍ଭା, ହୁମା ଭଳି ଅଞ୍ଚଳର ଚାଷୀ ଟମାଟ, ବନ୍ଧାକୋବି, ଲଙ୍କା, ଫୁଲକୋବି ଭଳି ଅନେକ ପରିବା ଏଥର ବେଶ ଭଲ ଅମଳ କରିଥିବା ବେଳେ ସବୁକିଛି ଯେମିତି ଉଜାଡି ଦେଇଛି କରୋନା । ଲକ୍ ଡାଉନ ଯୋଗୁଁ ବିଲରୁ ମଣ୍ଡି ପର୍ଯ୍ଯନ୍ତ ଅମଳକୁ ପହଞ୍ଚାଇବାରେ ଅସମର୍ଥ ହେଉଥିବା ଚାଷୀ ଏବେ ନିଜ ଫସଲ ଉପରେ ପୁଣିଥରେ ହଳ ବୁଲାଇ ଦେଇଥିବା କହିଛନ୍ତି ।
ଚାଷୀଙ୍କ ସମସ୍ୟା ଓ ପରିବାର ଅଭାବି ବିକ୍ରିକୁ ନଜରରେ ରଖି ସରକାର କୃଷି କ୍ଷେତ୍ରରେ ଲକ ଡାଉନକୁ କୋଳହ କରିଛନ୍ତି ସତ ହେଲେ ହତାସ ଚାଷୀ ମହାଜନ ଠାରୁ ଆଣିଥିବା କରଜ ପାଇଁ ଆଗକୁ ଅମଳ କରିବା ଲାଗି ଅସମର୍ଥ । ଏଭଲି ସ୍ଥିତିରେ ଚାଷୀଙ୍କ ପାଇଁ ଯଦି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ନ ହୁଏ ତାହା ହେଲେ ଆତ୍ମହତ୍ୟା ହିଁ ଏକ ମାତ୍ର ବାଟ ବୋଲି କହିଛନ୍ତି ଦେଇଛି ଚାଷୀ ।