Advertisement
Article Detail0/zeeodisha/odisha692779
Zee OdishaOdisha Khabarମାସ୍କ କିଣାରେ ଦୁର୍ନୀତି, ଏମିତି କହିଲେ ଅପରାଜିତା ଷଡ଼ଙ୍ଗୀ

ମାସ୍କ କିଣାରେ ଦୁର୍ନୀତି, ଏମିତି କହିଲେ ଅପରାଜିତା ଷଡ଼ଙ୍ଗୀ

ପ୍ରଧାନମନ୍ତ୍ରୀ ମନ୍ତ୍ରୀ କହିଛନ୍ତି,  ଭୋକାଲ ଫର  ଲୋକାଲ । ତେଣୁ ସେହି କଥାକୁ ଓଡିଶାରେ ମଧ୍ୟ କାର୍ଯ୍ୟକାରୀ କରାଯାଉ ନିଜ ପ୍ରତିକ୍ରିୟାରେ କହିଛନ୍ତି ଅପରାଜିତା ଷଡ଼ଙ୍ଗୀ । 

ଫାଇଲ ଫଟୋ
ଫାଇଲ ଫଟୋ

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ମାସ୍କ କିଣାରେ ଦୁର୍ନୀତି ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା । ଏହାକୁ ସ୍ୱଚ୍ଛତାର ଅଭାବ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ଯେଉଁ ସବୁ କାର୍ଯ୍ୟ କରୁଛନ୍ତି, ପାରଦର୍ଶିତାର ସହ କରନ୍ତୁ । ବିଡିଂ ସବୁବେଳେ ନୀତି ନିୟମ ଦେଖିକି ଦିଆଯାଉ ଏବଂ ଲୋବେଷ୍ଟ ବିଡ଼ରକୁ ଦିଆଯାଉ ବୋଲି କହିଛନ୍ତି ଅପରାଜିତା । 

ଏକ ନିର୍ଦ୍ଧିଷ୍ଟ ରାଜ୍ୟକୁ ନ ଦେଇ କାହିଁକି ଆମ ରାଜ୍ୟରେ ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ । ଆଉ ଏନେଇ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ ମନ୍ତ୍ରୀ କହିଛନ୍ତି,  ଭୋକାଲ ଫର  ଲୋକାଲ । ତେଣୁ ସେହି କଥାକୁ ଓଡିଶାରେ ମଧ୍ୟ କାର୍ଯ୍ୟକାରୀ କରାଯାଉ ନିଜ ପ୍ରତିକ୍ରିୟାରେ କହିଛନ୍ତି ଅପରାଜିତା ଷଡ଼ଙ୍ଗୀ । 

ସେହିପରି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟ ରାଜ୍ୟରୁ ପରସେଣ୍ଟ ପାଇବା ପାଇଁ ମାସ୍କ କିଣାଯାଇଥିବା ସେ ଅଭିଯୋଗ କରିଛନ୍ତି । ତଦନ୍ତ ହେଲେ ସବୁ ବାହାରିବ ।  ଯିଏ ଖାଇଛି ତାକୁ ତୁରନ୍ତ ବାନ୍ଧ ବୋଲି କହିଛନ୍ତି ସୁର । 

Add Zee News as a Preferred Source

ବିଜେଡ଼ି କହିଛି, ବର୍ତ୍ତମାନ ମୁକାବିଲା କରିବାର ସମୟ । ରାଜନୀତି କରିବାର ସମୟ ନୁହେଁ। ଏମିତି କଲେ କୋରୋନା ଯୋଦ୍ଧାଙ୍କ ମନୋବଳ ଭାଙ୍ଗିବ । ରାଜନୀତି କାରିବା , ଅଭିଯୋଗ କରିବା ପାଇଁ ଅଲଗା ଫୋରମ ଅଛି ବୋଲି କହିଛନ୍ତି ଦଳର ସାଂସଦ ସୁବାଷ ସିଂ । 

About the Author