ରାଜ୍ୟରେ ଜୁଲାଇରେ ବଢିବ କୋରୋନା ଟେଷ୍ଟ
Advertisement

ରାଜ୍ୟରେ ଜୁଲାଇରେ ବଢିବ କୋରୋନା ଟେଷ୍ଟ

ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ, ପୁରୀ ଏବଂ କଳାହାଣ୍ଡିରେ ନୂଆ ଟେଷ୍ଟିଂ ଲ୍ୟାବ ହେବ ବୋଲି  ଆଇଏଲ୍‌ଏସ୍ ନିର୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । 

ରାଜ୍ୟରେ ଜୁଲାଇରେ ବଢିବ କୋରୋନା ଟେଷ୍ଟ

ଯଯାତି ମହାନ୍ତି, ଭୁବନେଶ୍ୱର: ଜୁଲାଇ ମାସରେ ବଢିବ କୋରୋନା ଟେଷ୍ଟ ।  ପ୍ରତିଦିନ ୫ ହଜାର ଟେଷ୍ଟ ପାଇଁ ଟାର୍ଗେଟ । ଏସ୍‌ସିବି, ଆର୍‌ଏମ୍‌ଆର୍‌ସି, ଆଇଏଲ୍‌ଏସ୍‌ରେ ହେବ ଅଧିକ ସଂଖ୍ୟକ ଟେଷ୍ଟ । ସେହିପରି ୭ଟି ମେଡିକାଲ କଲେଜରେ ପ୍ରତିଦିନ  ୧୫୦ରୁ ୨ଶହ  ଟେଷ୍ଟ  କରାଯିବ । ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ, ପୁରୀ ଏବଂ କଳାହାଣ୍ଡିରେ ନୂଆ ଟେଷ୍ଟିଂ ଲ୍ୟାବ ହେବ ବୋଲି  ଆଇଏଲ୍‌ଏସ୍ ନିର୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । 

ଏହା ସହ ରାଜ୍ୟରେ  ଖୁବ ଶୀଘ୍ର ଆଣ୍ଟିବଡ଼ି, ଆଣ୍ଟିଜେନ  ଏବଂ ସରୋଲୋଜିକାଲ  ସର୍ଭେ ହେବ । ସେଥିପାଇଁ ୫୦ ହଜାର କିଟ ଅର୍ଡର କରାଯାଇଛି । ଆସନ୍ତା ସପ୍ତାହରୁ କିଟ ମାଧ୍ୟମରେ ଟେଷ୍ଟ ହେବ ।  ପୁରୀ, ଗଂଜାମ, ଗଜପତି, ଭୁବନେଶ୍ୱର  ଏବଂ ବଡ଼ମ୍ବା ନରସିଂହପୁରରେ ସରୋଲଜିକାଲ ସର୍ଭେ ହେବ। 

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ଆଇଏଲଏସ୍ ନିର୍ଦ୍ଦେଶକ କହିଛନ୍ତି । ତେବେ ଲକଡ଼ାଉନ ବଢାଯିବ କି ନାହିଁ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ଥିବା ବେଳେ ଆଗକୁ ଆମକୁ ଅଧିକ ସଚେତନ ହେବାକୁ ପଡିବ ବୋଲି ଅଜୟ ପରିଡ଼ା କହିଛନ୍ତି ।