ରାଜ୍ୟରେ ବଢ଼ିବ କୋଭିଡ ପରୀକ୍ଷା

ଆସନ୍ତା ମାସ ସୁଦ୍ଧା ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା କମିବ ବୋଲି ଆଶା କରାଯାଉଛି । ଲକଡାଉନ୍ ପାଇଁ ଅଧିକ ରୋଗୀଙ୍କୁ ଚିହ୍ନଟ କରାଯାଇ ସଙ୍ଘରୋଧ କରାଯାଇପାରିଲା ।

ରାଜ୍ୟରେ ବଢ଼ିବ କୋଭିଡ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ବଢ଼ିବ କୋଭିଡ-19 ପରୀକ୍ଷା । ୧୨ ହଜାର ପରିବର୍ତ୍ତେ ଦୈନିକ ୨୦ ହଜାର କୋରୋନା ପରୀକ୍ଷା ହେବ । ୮ ହଜାର ଆର୍ଟିଫିସିଆର ଓ ବଳକା ଆଣ୍ଟିଜେନ ଏବଂ truenet ପରୀକ୍ଷା କରାଯିବ । ଯେଉଁ ପରିମାଣର କୋଭିଡ ପରୀକ୍ଷା କରାଯାଉଛି ସେହି ତୁଳନାରେ କରୋନା ସଂକ୍ରମିତ ବାହାରୁ ନାହାଁନ୍ତି । ବର୍ତ୍ତମାନ ରାଜ୍ଯରେ କୋରୋନା ସ୍ଥିତି ସାମାନ୍ୟ ରହିଛି ।

ଆସନ୍ତା ମାସ ସୁଦ୍ଧା ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା କମିବ ବୋଲି ଆଶା କରାଯାଉଛି । ଲକଡାଉନ୍ ପାଇଁ ଅଧିକ ରୋଗୀଙ୍କୁ ଚିହ୍ନଟ କରାଯାଇ ସଙ୍ଘରୋଧ କରାଯାଇପାରିଲା । ଗଂଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ସ୍ଥିତି ସ୍ଥିର ଅଛି । ଏହିପରି ହେଲେ ଅଗଷ୍ଟରେ ସଂଖ୍ୟା କମିବ ବୋଲି ଆଶା ରହିଛି । ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ । ରାଜ୍ୟ ସରକାର ଚାହିଁଲେ, ଘରୋଇ ଲ୍ୟାବରେ ପରୀକ୍ଷା ହୋଇପାରିବ । ଏହାର ସୂଚନା ଦେଲେ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡା ।