covid19 update: ରାଜ୍ୟରେ ଆଉ ୧୦ ମୃତ, ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୦୦ ପାର

ରାଜ୍ୟରେ ମୋଟ କୋରାନା ଜନିତ ମୃତ୍ୟୁ ସଂଖ୍ୟା ୧୯୭କୁ ବୃଦ୍ଧି ପାଇଛି।

covid19 update: ରାଜ୍ୟରେ ଆଉ ୧୦ ମୃତ, ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୦୦ ପାର

ଭୁବନେଶ୍ୱର: ରବିବାର(ଅଗଷ୍ଟ ୨, ୨୦୨୦) ରାଜ୍ୟର ଆଉ ୧୦ କୋରୋନା ଜନିତ ମୃତ୍ୟୁ ମାମଲା ସାମ୍ମାକୁ ଆସିଛି । ଅନ୍ୟପଟେ ଗଞ୍ଜାମରେ ୪ କୋଭିଡ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ଶହେ ପାର କରିବା ସହ ମୋଟ ମୃତକଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । 

ଗଞ୍ଜାମରେ ୪, ଯାଜପୁରରେ ୧, କଳାହାଣ୍ଡିରେ ୧, ଖୋର୍ଦ୍ଧାରେ ୩, ନୟାଗଡରେ ୧ ଏବଂ ସୁନ୍ଦରଗଡରେ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ ମୋଟ ମୃତ୍ୟସଂଖ୍ୟା ୧୯୭ରେ ପହଞ୍ଚିଛି ।    

ରବିବାର ରାଜ୍ୟରେ ୧୦ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

  • ସୁନ୍ଦରଗଡରେ କୋରୋନା ଆକ୍ରାନ୍ତ ହୋଇଥିବା ଜଣେ ୭୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍ ଏବଂ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ ।
  • ଖୋର୍ଦ୍ଧାରେ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ କୋରୋନାରେ ମୃତ୍ୟୁ ହୋଇଛି । ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ।
  • ଗଞ୍ଜାମରେ ଜଣେ ୫୭ ବର୍ଷୀୟ କୋଭିଡ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
  • ଭୁବନେଶ୍ୱରର ପ୍ରାଣ ହରାଇଥିବା ଜଣେ ୭୮ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ ଏବଂ ଡିଲେଟେଡ୍ କାର୍ଡିଓ ମାୟୋପାଥିରେ ମଧ୍ୟ ପୀଡିତ ଥିଲେ । 
  • ଯାଜପୁରରେ ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଚିଛି । ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । 
  • ଗଞ୍ଜାମ ଜିଲ୍ଲାର ଜଣେ ୯୪ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି।
  • ଅନ୍ୟ ପଟେ ଏହି ଜିଲ୍ଲାରେ ଆଉ ଜଣେ ୪୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି ।
  • ସେହିପରି ଖୋର୍ଦ୍ଧାରେ ଜଣେ ୬୦ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି। ଯିଏ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କ୍ରୋନିକ୍ କିଡନୀ ରୋଗରେ ପୀଡିତ ଥିଲେ ।
  • ଗଞ୍ଜାମ ଜିଲ୍ଲାର ଜଣେ ୫୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ମଧ୍ୟ ପୀଡିତ ଥିଲେ।
  • କଳାହାଣ୍ଡିରେ ଜଣେ ୬୨ ବର୍ଷ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯିଏ ଯକ୍ଷ୍ମା ଏବଂ ଡ୍ରଗ୍ ଇଣ୍ଡକଟେଡ ହେପାଟାଇଟିସ୍ ରୋଗରେ ପୀଡିତ ଥିଲେ।