• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha Khabar
  • /କୂଳ ଲଙ୍ଘୁଛି ସମୁଦ୍ର

କୂଳ ଲଙ୍ଘୁଛି ସମୁଦ୍ର

କେମିତି ରହିଛି 'ଅମ୍ଫାନ' ପ୍ରଭାବ ?

Edited By:Zee Odisha Desk
Published: May 20, 2020, 08:11 AM IST|Updated: May 20, 2020, 08:11 AM IST
joinshare
କୂଳ ଲଙ୍ଘୁଛି ସମୁଦ୍ର
Image Credit: ପ୍ରତୀକାତ୍ମକ ଫଟୋ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News: ଆମେରିକା ରାଷ୍ଟ୍ରପତିଙ୍କ ବଡ ଚେତାବନୀ, ଆଜିଠୁ ସକ୍ରିୟ ଏଲ୍‌ ନିନୋ ଓ ଅନ୍ୟ ଖବର

    Top 10 News: ଆମେରିକା ରାଷ୍ଟ୍ରପତିଙ୍କ ବଡ ଚେତାବନୀ, ଆଜିଠୁ ସକ୍ରିୟ ଏଲ୍‌ ନିନୋ ଓ ଅନ୍ୟ ଖବର

    top 10 news today54 min ago
    2

    କେନ୍ଦ୍ରୀୟ ଡେପୁଟେସନରେ ଯିବେ IPS ସ୍ବାତୀ ଏସ୍‌ କୁମାର

    Odia News1 hr ago
    3

    Petrol Price: ତୈଳ ଦର ବୃଦ୍ଧି ମଧ୍ୟରେ ଦେଶକୁ ଆତ୍ମନିର୍ଭର କରିବାକୁ କେନ୍ଦ୍ରର ବଡ଼ ଘୋଷଣା

    Ethanol Blended Petrol1 hr ago
    4

    ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ସୁରକ୍ଷା ସମୀକ୍ଷା କଲେ ଡିଜିପି

    Odia News3 hrs ago
    5

    Nipah Virus: ନିପା ଭାଇରସ୍ ଆଲର୍ଟ! ଏହି ଲକ୍ଷଣ ଦେଖିଲେ ହୋଇଯାଆନ୍ତୁ ସତର୍କ

    nipah virus symptoms12:27 PM IST

    ଭୁବନେଶ୍ୱର: ଏବେ ପାରାଦୀପଠାରୁ ୧୫୫ କିଲୋମିଟର ଦୂରରେ ରହିଛି 'ଅମ୍ଫାନ' । ବାତ୍ୟା ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହେଉଛି । ପାରାଦୀପରେ ସର୍ବାଧିକ ୧୪୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିଥିବା ଜଣାପଡ଼ିଛି । ବିଜୁଳି ସେବା ମଧ୍ୟ ପ୍ରଭାବିତ ହୋଇଛି । ପ୍ରଶାସନର ନିର୍ଦ୍ଦେଶ କ୍ରମେ ସମୁଦ୍ର ଉପକୂଳ ତଥା ବିଭିନ୍ନ ବସ୍ତି ବାସିନ୍ଦାମାନେ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି । ସେହିପରି ଗତକାଲି ରାତିରୁ ବାତ୍ୟା 'ଅମ୍ପାନ' କୋଣାର୍କ, ଅସ୍ତରଙ୍ଗ, କାକଟପୁର ଅଞ୍ଚଳରେ ତାଣ୍ତବ ରଚୁଛି । ପବନର ବେଗ ବେଶ ଅଧିକ ରହିଛି । ସମୁଦ୍ରର ଉଚ୍ଚ ଜୁଆର କୂଳ ଲଙ୍ଘୁଛି ।

    ସେହିପରି ଯାଜପୁରରେ ସାମୁଦ୍ରିକ ବାତ୍ୟା 'ଅମ୍ଫାନ'ର ପ୍ରଭାବ ମଧ୍ୟ ଅନୁଭୂତ ହେଲାଣି ।  ଗତକାଲି ରାତିରୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ଭୋରରୁ ପବନ ମଧ୍ୟ ଆରମ୍ଭ ହୋଇଛି । ଜିଲ୍ଲାର ବଡ଼ଚଣା, ଧର୍ମଶାଳା, ବରୀ, ବିଂଝାରପୁର, ଦଶରଥପୁର ପ୍ରଭୃତି ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଉଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କ ସମେତ  ସମସ୍ତ ତହସିଲର ତହସିଲଦାର ଓ ବିଭିନ୍ନ  ବ୍ଲକର ବିଡିଓମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନିଶମ  ବିଭାଗର କର୍ମଚାରୀମାନେ ନିଜ ନିଜ ଅଞ୍ଚଳରେ ସଜାଗ ରହିଛନ୍ତି । ଦୁଇଟି ଓଡ୍ରାଫ୍ ଟିମ୍ ଦଶରଥପୁର ବ୍ଲକର କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ପହଞ୍ଚିଥିବା ସୂଚନା ମିଳିଛି । ଏଥିସହ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ  ରହିବାକୁ କୁହାଯାଇଛି ।

    ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ 'ଅମ୍ଫାନ'ର ପ୍ରଭାବ ଗତକାଲି ବିଳମ୍ବିତ ରାତିଠାରୁ ଆରମ୍ଭ ହୋଇଛି । ପବନର ବେଗ ୪୦ ରୁ ୬୦ କିମି ମଧ୍ୟରେ ରହିଛି । ଅନ୍ୟପଟେ କେନ୍ଦ୍ରାପଡ଼ାରେ ପବନର ବେଗ ବହୁ ଅଧିକ ଥିବା ବେଳେ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଛିପ୍ ଛିପ୍ ବର୍ଷା ହେଉଛି । 

    Add Zee News as a Preferred Source
    TAGS:
    Cyclone Amphan
    Amphan update
    Odisha