• କୋରାପୁଟରେ ଭୁଷୁଡ଼ୁଛି କଂଗ୍ରେସର ଗଡ଼
  • ଚନ୍ଦ୍ରଶେଖର ମାଝିଙ୍କ ପରେ ବିଜେଡିରେ ସାମିଲ ହେଲେ କୈଳାଶ କୁଲେସିକା
  • ମମିତା ମୃତ୍ୟୁ ମାମଲା: ନବୀନ ନିବାସ ଆଗରେ ଯୁବ କଂଗ୍ରେସର କଳାପତାକା ପ୍ରଦର୍ଶନ
  • ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ
  • ଗୋବିନ୍ଦ ସାହୁର ଆତ୍ମସମର୍ପଣ ଓ ସ୍ୱୀକାରୋକ୍ତି ପରେ ନିଜେ ହତ୍ୟା କରିଥିବା ନେଇ ସ୍ପଷ୍ଟ
  • କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନକୁ ଅଣ୍ଡା ମାଡ
  • ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଭବାନୀପାଟଣା ସ୍ଥିତ ବାସଭବନକୁ ଅଣ୍ଡା ମାଡ
  • ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ମାମଲା
  • ଆଉ ୨ଜଣଙ୍କୁ ଅଟକ ରଖିଲା ପୋଲିସ
  • କଲେଜ ଅଧ୍ୟକ୍ଷ, ଜେସିବି ଡ୍ରାଇଭର ଓ ୱାଚ୍ ମ୍ୟାନ୍ ଅଟକ

ସ୍ଥଳଭାଗ ଛୁଇଁଲା 'ଗୁଲାବ; ଆସନ୍ତାକାଲି ଅପରାହ୍ନ ସୁଧା ପହଞ୍ଚିବ ଛତିଶଗଡ଼

ବାତ୍ୟାର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଧିରେ ଧିରେ ଦୁର୍ବଳ ହେଉଛି। ଆସନ୍ତାକାଲି ଅପରାହ୍ନ ସୁଧା ବାତ୍ୟା ରାଜ୍ୟରୁ ଛତିଶଗଡ଼ ଆଡକୁ ପଳାଇବ।

ସ୍ଥଳଭାଗ ଛୁଇଁଲା 'ଗୁଲାବ; ଆସନ୍ତାକାଲି ଅପରାହ୍ନ ସୁଧା ପହଞ୍ଚିବ ଛତିଶଗଡ଼

ଭୁବନେଶ୍ୱର: ପଡୋଶୀ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମସ୍ଥିତ ସନ୍ଥଗୁଡ଼ା ଠାରେ ସ୍ଥଳଭାଗ ଛୁଇଁଛି ବାତ୍ୟା 'ଗୁଲାବ'। ବର୍ତ୍ତମାନ ରାଜ୍ୟରେ ବାତ୍ୟାର କୌଣସି ବିଶେଷ ପ୍ରଭାବ ନାହିଁ। ହେଲେ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେଉଛି। ଶ୍ରୀକାକୁଲମ ଠାରୁ କୋରାପୁଟ ମଧ୍ୟରେ ପ୍ରବେଶ କରିବ ବାତ୍ୟା। ବାତ୍ୟା ପ୍ରବେଶ ବେଳେ ପବନର ବେଗ ୫୦-୬୦ କି.ମି ରହିବ।

ବାତ୍ୟା 'ଗୁଲାବ' ପ୍ରଭାବରେ ରାଜ୍ୟର ଗଜପତି, ରାୟଗଡ଼ା, କୋରାପୁଟ ପ୍ରଭୃତି ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବ। ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଏହା ସଂଲଗ୍ନ ଦକ୍ଷିଣ-ଓଡ଼ିଶା ଉପକୂଳ ଅତିକ୍ରମ କରିଛି ବାତ୍ୟା 'ଗୁଲାବ'। କଳିଙ୍ଗପଟ୍ଟନମ ଠାରୁ ୩୦ କିମି ଦୂରରେ ବାତ୍ୟା 'ଗୁଲାବ' ରହିଥିବା ଏହାର ପ୍ରଭାବରେ ୪୦ କିମି ବେଗରେ ପବନ ବହୁଛି। ବାତ୍ୟାର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଧିରେ ଧିରେ ଦୁର୍ବଳ ହେଉଛି। ଆସନ୍ତାକାଲି ଅପରାହ୍ନ ସୁଧା ବାତ୍ୟା ଓଡ଼ିଶାରୁ ଛତିଶଗଡ଼ ଆଡକୁ ପଳାଇବ

ଏହି ବାତ୍ୟାର ପ୍ରକୋପକୁ ନଜରରେ ରାଜ୍ୟର ପ୍ରାୟ ୩୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦ ହଜାର ଲୋକ ସ୍ଥାନାନ୍ତର ହୋଇଛନ୍ତି। ରବିବାର ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଚାଲିଛି। ଏହି ବାତ୍ୟର ଆଖି ଅତିକ୍ରମ କରି ସାରିଛି। ସମ୍ପୂର୍ଣ୍ଣ ଅତିକ୍ରମ ପାଇଁ ଆଉ ପ୍ରାୟ ଦେଢ ଘଣ୍ଟା ସମୟ ଲାଗିପାରେ। ଆନ୍ଧ୍ର ପ୍ରଦେଶ କଳିଙ୍ଗପଟ୍ଟନମ୍ ଠାରୁ ଉତ୍ତରକୁ ୭୦ କିମି ଦୂରରେ ଅବସ୍ଥିତ ଶ୍ରାକାକୁଲମସ୍ଥିତ ସନ୍ଥଗୁଡ଼ା ଠାରେ ସ୍ଥଳଭାଗ ଛୁଇଁଛି ବାତ୍ୟା 'ଗୁଲାବ'। 

Also Read: ସ୍ଥଳଭାଗ ଆଡ଼କୁ ମୁହାଁଉଛି ସାମୁଦ୍ରିକ ଝଡ 'ଗୁଲ-ଆବ୍'; ମୁକାବିଲା ପାଇଁ ପ୍ରସ୍ତୁତ ସରକାର

ବାତ୍ୟାର ପ୍ରକୋପରେ ସେଠାରେ ୭୦ କିମି ବେଗରେ ପବନ ବୋହୁଛି। ରାଜ୍ୟର କୌଣସି ସ୍ଥାନରେ ପବନ ନାହିଁ। ବର୍ଷା ସାମାନ୍ୟରୁ ମଧ୍ୟମ ଧରଣର ହେଉଛି। ଶ୍ରୀକାକୁଲମ ଠାରୁ କୋରାପୁଟ ଆଡକୁ ଅଗ୍ରସର ହେବ ବାତ୍ୟା। ଏହାର ପ୍ରଭାବରେ ରାତିରେ ରାଜ୍ୟର ଦକ୍ଷିଣ ଭାଗରେ ଅବସ୍ଥିତ ଗଜପତି, ରାୟଗଡା, କୋରାପୁଟ ପ୍ରଭୂତି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ବେଳେ ୫୦-୬୦ କିମି ବେଗରେ ବହିବ ପବନ। 

ଫ୍ଲାସ୍ ଫ୍ଳଡ୍ (Flash Flood) ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଏହା ରାତିରେ ହେବାକୁ ଥିବା ବର୍ଷାର ପରିମାଣ ଉପରେ ନିର୍ଭର କରୁଛି। ଫ୍ଲାଶ୍ ଫ୍ଳଡ୍ ଆଶଙ୍କା ନେଇ ଉପରୋକ୍ତ ଏହି ଜିଲ୍ଳାର ଅଧିକାରୀଙ୍କୁ ସତର୍କ କରାଯାଇଛି। ଆସନ୍ତାକାଲି ଅପରାହ୍ନ ସୁଧା ବାତ୍ୟା ଓଡ଼ିଶାରୁ ଛତିଶଗଡ଼ ଆଡକୁ ପଳାଇବ। ବାତ୍ୟା ଜନିତ କ୍ଷୟକ୍ଷତି ବାବଦରେ କୌଣସି ଖବର ଆସିନାହିଁ। ଗଜପତି ଜିଲ୍ଲାରେ କେବଳ ପଥର ଖସି ରାସ୍ତାରେ ପଡ଼ିଥିଲା ହେଲେ ବିଶେଷ କ୍ଷୟକ୍ଷତି ହୋଇ ନାହିଁ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା।