ମୃତ୍ୟୁ ସଂଖ୍ୟାରେ ଶତକ ମାରିଲା ଗଞ୍ଜାମ

ମୃତକଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୪ ଜଣ ରହିଛନ୍ତି । ଆଉ ଏହାକୁ ମିଶାଇ ଶହେ ପାର କରିଛି(୧୦୩) ଗଞ୍ଜାମରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ।

ମୃତ୍ୟୁ ସଂଖ୍ୟାରେ ଶତକ ମାରିଲା ଗଞ୍ଜାମ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କୋରୋନା । ଫଳରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୭କୁ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ମୃତକଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୪ ଜଣ ରହିଛନ୍ତି । ଆଉ ଏହାକୁ ମିଶାଇ ଶହେ ପାର କରିଛି(୧୦୩) ଗଞ୍ଜାମରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ସେହିପରି ଖୋର୍ଦ୍ଧାରୁ ୩, ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରେ ଏହାକୁ ମିଶାଇ ୨୮ ଜଣଙ୍କ ମୃତ୍ୟୁ ହେଲାଣି ।