ମରୁଡିକୁ ନେଇ ତେଜିଲା ରାଜନୀତି, ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ

କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ୨୦ ବର୍ଷର ଲୋକଙ୍କ ସମର୍ଥନ ପାଇଲେ ।  ପେଟକୁ ପାଣି ପାଟରେ ପାଣି ଏତିକି କରି ପାରିଲେନି ସରକାର । ଚେକ ଡ୍ୟାମରେ ପ୍ରକୃତରେ ଅର୍ଥ ଖର୍ଚ୍ଚ କରିଥିଲେ ଆଜି ଚାଷୀ ତଳି ପକେଇବା ପାଇଁ ପାଣି ପାଇଥାନ୍ତା ।

ମରୁଡିକୁ ନେଇ ତେଜିଲା ରାଜନୀତି, ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ମରୁଡିକୁ ନେଇ ତେଜିଲା ରାଜନୀତି। ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ କଂଗ୍ରେସ ଓ ବିଜେପି । କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ୨୦ ବର୍ଷର ଲୋକଙ୍କ ସମର୍ଥନ ପାଇଲେ ।  ପେଟକୁ ପାଣି ପାଟରେ ପାଣି ଏତିକି କରି ପାରିଲେନି ସରକାର । ଚେକ ଡ୍ୟାମରେ ପ୍ରକୃତରେ ଅର୍ଥ ଖର୍ଚ୍ଚ କରିଥିଲେ ଆଜି ଚାଷୀ ତଳି ପକେଇବା ପାଇଁ ପାଣି ପାଇଥାନ୍ତା । ହେଲେ ଏ ସରକାର ଆଜି ପଯ୍ୟନ୍ତ ଏତିକି କରିପାରିଲେନି । ଯାହାର ପରିଣତି ଆଜି ଭୋଗିବାକୁ ପଡୁଛି ।

ଏ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନ ଥିବା କହିଲା ବିଜେପି । ଯେଉଁଥି ପାଇଁ ଚାଷୀ ହନ୍ତସନ୍ତ ହେଉଛନ୍ତି । ଇନ୍ଦ୍ରାବତୀ ଭଳି ତଳ ମୁଣ୍ଡରେ ଛୋଟ ବଡ଼ ଡ୍ୟାମ କରିଥିଲେ ଏ ଅସୁବିଧା ହୋଇନଥାନ୍ତା । ଏପରିକି ଆଜି ଚାଷୀ ବୀମା କରିପାରିଲେ ନାହି । ପୋର୍ଟାଲ ସରକାର ଖୋଲିଲେ ନାହିଁ । ଚାଷୀ କୁଆଡେ ଯିବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।