Dussehra 2020: ଶାରଦୀୟ ଦୁର୍ଗା ପୂଜା ଲାଗି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି
Advertisement

Dussehra 2020: ଶାରଦୀୟ ଦୁର୍ଗା ପୂଜା ଲାଗି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି


Dussehra 2020: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ (Pravan Season) । ଏହି ଅବସରରେ ଚଳିତ ବର୍ଷର ଦୁର୍ଗା ପୂଜା (Durga Puja) ଲାଗି ଆରମ୍ଭ ହୋଇଯାଇଛି ମାଟି ଅନୁକୂଳ । 

Dussehra 2020: ଶାରଦୀୟ ଦୁର୍ଗା ପୂଜା ଲାଗି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି

ରାଜେଶ ସାମନ୍ତରାୟ, ଭୁବନେଶ୍ୱର 

Dussehra 2020: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଚଳିତ ବର୍ଷର ଶାରଦୀୟ ଦୁର୍ଗା ପୂଜା (Sharadiya Durga Puja) ଲାଗି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପବିତ୍ର ଜନ୍ମାଷ୍ଟମୀ (Janmastami) ଅବସରରେ ମା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଲାଗି ମାଟି ଅନୂକୁଳ ହୋଇଛି । ଏହି କ୍ରମରେ ରାଜଧାନୀର ବିଭିନ୍ନ ପୂଜା କମିଟି (Puja Committe) ପକ୍ଷରୁ ନଦୀ ପଠାରେ ମା ଯୋଗମାୟା ଅର୍ଥାତ ବିଜୁଳି କନ୍ୟାଙ୍କୁ ଆବାହନ କରି ମାଟି ଉଠାଇଛନ୍ତି । ସଦ୍ୟ କୋରୋନା ସଂକଟର ମୁକବିଲା ଲାଗି ଜାରି ହୋଇଥିବା କୋଭିଡ୍ କଟକଣା କାରଣରୁ ଆଡମ୍ବର ପୂର୍ଣ୍ଣ ହୋଇନାହିଁ ମାଟି ଉଠାଣ କାର୍ଯ୍ୟକ୍ରମ।

ଗତକାଲି ପାଳିତ ହୋଇଥିବା ଜନ୍ମାଷ୍ଟମୀରୁ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ (Pravan Season) । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀର ଜନ୍ମାଷ୍ଟମୀ ତିଥିରୁ ଆରମ୍ଭ ହୋଇଥାଏ ଏହି ଋତୁ । ଆଉ ଏହି ଦିନ ଶାରଦୀୟ ଦୁର୍ଗା ପୂଜା ପାଇଁ ହୋଇଥାଏ ମାଟି ଅନୂକୁଳ । ବିଭିନ୍ନ ପୂଜା କମିଟି ଦ୍ୱାରା ହେଉଥିବା ମଣ୍ଡପ ପୂଜା ଲାଗି ମୃଣୟୀ ମୂର୍ତ୍ତି ପାଇଁ ବିଭିନ୍ନ ନଦୀ ଘାଟରେ ଅନୁଷ୍ଠିତ ହୋଇଥାଏ ମାଟି ଅନୂକୁଳ । ଏଥି ପାଇଁ ବିଭିନ୍ନ ପୂଜା କମିଟି ପାରମ୍ପରିକ ବିଦ୍ଧି ମୁତାବକ ହୋମ ଯଜ୍ଞ ଆଦି କାର୍ଯ୍ୟ ସମ୍ପନ୍ନ କରି ନଦୀରୁ ମାଟି ସଂଗ୍ରହ କରିଛନ୍ତି ।  ନଦୀ ଘାଟରେ ମା ଯୋଗମାୟାଙ୍କୁ ଆବାହନ କରିବା ପରେ ମାଟି ଅନୂକୁଳ କରିଛନ୍ତି ପୂଜା କମିଟି । 

fallback

 

ପୌରାଣିକ ପ୍ରଥା ଅନୁସାରେ ଦେବକୀଙ୍କ ସପ୍ତମ ଗର୍ଭରୁ ବିଜୁଳି କନ୍ୟା ବା ଯୋଗମାୟା ଜନ୍ମ ନେଇଥିଲେ ଏବଂ ସେ ହେଉଛନ୍ତି ଦୁର୍ଗାଙ୍କ ରୂପ । ଏହି ଅବସରରେ ରାଜଧାନୀର ବିଭିନ୍ନ ପୂଜା କମିଟି ପହଞ୍ଚିଥିଲେ ନଦୀ ଘାଟରେ ।  କୋଭିଡ୍ କଟକଣା ପାଇଁ ମାତ୍ର ୪ ଜଣ ସଦସ୍ୟଙ୍କ ସମେତ ପୁରୋହିତ ଏହି କାର୍ଯ୍ୟରେ ଯୋଗ ଦେଇଥିଲେ । ନା ଥିଲା ରୋଷଣୀ ନା ବାଜା । ଚଳିତ ବର୍ଷ ଦୁର୍ଗା ପୂଜାକୁ ନେଇ ଅନିଶ୍ଚିତତା ଦେଖା ଦେଇଛି । 

ଦଶହରା ହେବ କି ନାହିଁ ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ । ଏହା ସତ୍ତ୍ୱେ କେବଳ ମଣ୍ଡପରେ ପୂଜା ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖିଛନ୍ତି ପୂଜା କମିଟି ସଦସ୍ୟ । ଚଳିତ ବର୍ଷ କରୋନା ଲାଗି ମାଟି ଅନୁକୂଳ ତିଥିରେ ମାତ୍ର ୪ ଜଣ ସଦସ୍ୟ ଭାଗ ନେବାକୁ ଅନୁମତି ଦେଇଥିଲେ ସରକାର । ସେପଟେ ଅନେକ ପୂଜା କମିଟି ଜନ୍ମାଷ୍ଟମୀ ପରଦିନ ମଧ୍ୟ ମାଟି ଅନୁକୂଳ କରିବାର ବିଦ୍ଧି ରଖନ୍ତି ।