ଗ୍ରାମାଞ୍ଚଳରେ ହାତୀ ଉପଦ୍ରବ
Advertisement
Article Detail0/zeeodisha/odisha681114

ଗ୍ରାମାଞ୍ଚଳରେ ହାତୀ ଉପଦ୍ରବ

ସମ୍ବଲପୁର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଏବେ ହାତି ଉପଦ୍ରବ ପାଇଁ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।  ଲକଡାଉନ ପାଇଁ ଲୋକେ ଏବେ ଏମିତି ବି ଅସୁବିଧା ରେ ଥିବା ବେଳେ  ଗ୍ରାମାଞ୍ଚଳରେ ଲାଗି ରହିଥିବା ହାତି ଉପଦ୍ରବ  ଲୋକଙ୍କ ଚିନ୍ତା ବଢାଇ ଦେଇଛି ।  ଜିଲ୍ଲାର ଜୁଜୁମୁରା ବ୍ଳକର କୁକୁଡାପାଲି ପଞ୍ଚାୟତରର ବିଭିନ୍ନ

ଗ୍ରାମାଞ୍ଚଳରେ ହାତୀ ଉପଦ୍ରବ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଏବେ ହାତି ଉପଦ୍ରବ ପାଇଁ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।  ଲକଡାଉନ ପାଇଁ ଲୋକେ ଏବେ ଏମିତି ବି ଅସୁବିଧା ରେ ଥିବା ବେଳେ  ଗ୍ରାମାଞ୍ଚଳରେ ଲାଗି ରହିଥିବା ହାତି ଉପଦ୍ରବ  ଲୋକଙ୍କ ଚିନ୍ତା ବଢାଇ ଦେଇଛି ।  ଜିଲ୍ଲାର ଜୁଜୁମୁରା ବ୍ଳକର କୁକୁଡାପାଲି ପଞ୍ଚାୟତରର ବିଭିନ୍ନ ଗ୍ରାମରେ ହାତୀଙ୍କ ପ୍ରାଦୁର୍ଭାବ ଯୋଗୁ ଵ୍ୟାପକ କ୍ଷୟକ୍ଷତି ହେଉଥିବା ବେଳେ ବନବିଭାଗ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି ।

ସମ୍ବଲପୁର ସଦର ଓ ପଡିଆବାହାଲ  ରେଞ୍ଚ ଅନ୍ତର୍ଗତ କୁକୁଡାପାଲି ପଞ୍ଚାୟତର କୁକୁଡାପାଲି, ଡୁମ୍ଭେରପାଲି, ଗିରିପାଲି, କୁସନପୁରୀ, ଡୁମାଲପଦର, ସିକ୍ରାପାଲି, ବଇଦାରକଣ୍ଟା ଆଦି ଗ୍ରାମରେ ପ୍ରତିଦିନ ସଂଧ୍ୟାରେ ନିକଟସ୍ଥ ଜଙ୍ଗଲରୁ ଥିବା  ହାତିପଲ ଏହି ଗ୍ରାମକୁ ଆସି ଲୋକଙ୍କ ଚାଷ ଜମିରେ ଧାନ ଫସଳ  ଖାଇବା ସହ ସେଗୁଡିକୁ ନଷ୍ଟ କରି ଦେଉଛନ୍ତି । ଏହା ସହ ଲୋକଙ୍କ ପରିବା ଚାଷ ନଷ୍ଟ  କରିବା ସହ ଘର ଦ୍ୱ।ର ମଧ୍ୟ ଭାଙ୍ଗି ଦେଉଥିବା ଅଭିଯୋଗ କରିଛନ୍ତି ଲୋକେ। ଏନେଇ ଲୋକେ ହାତୀ ଉପଦ୍ରବ ର ସ୍ଥାୟୀ ପ୍ରତିକାର ପାଇଁ ବନବିଭାଗ କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ୍ୟ ବନବିଭାଗ ଏନେଇ କୌଣସି ପଦକ୍ଷେପ ନେଉ ନଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ । 

;