ଏହି ଚଢ଼ାଉ ସମୟରେ କରତକଳର ମାଲିକଙ୍କ ସମେତ କରତକଳରେ କାମ କରୁଥିବା କର୍ମଚାରୀମାନେ ଉପସ୍ଥିତ ନ ଥିବା ଦେଖିବାକୁ ମିଲିଥିଲା ।
Trending Photos
)
ସମ୍ବଲପୁର: ଜିଲ୍ଲାର ଟାଉନ ଫରେଷ୍ଟ ରେଞ୍ଚ ଅନ୍ତର୍ଗତ ବଡ଼ ବଜାର ଠାରେ ବେଆଇନ ଭାବରେ ଚାଲିଥିବା ଏକ କରତ କଳରେ ଚଢ଼ାଉ କରି ସିଲ କରାଯାଇଛି । ଏହି କରତକଳଟି ବହୁ ଦିନରୁ ବେଆଇନ ଭାବରେ ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା । ଜନସାଧାରଣଙ୍କ ବାରମ୍ବାର ଅଭିଯୋଗ ହେବା ପରେ ସମ୍ବଲପୁର ସହରାଞ୍ଚଳ ବନ ବିଭାଗ ପକ୍ଷରୁ ଏହା ଉପରେ ଚଢ଼ାଉ କରାଯାଇଥିଲା । ଆଜି ଅଚାନକ ଭାବରେ ଏହି କରତ କଳରେ ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ କାଠ ସହ ଲକ୍ଷାଧିକ ଟଙ୍କାର କରତକଳର ଯନ୍ତ୍ରାଂଶକୁ ବନ ବିଭାଗ ଜବତ କରିଛି ।
ଏହି ଚଢ଼ାଉ ସମୟରେ କରତକଳର ମାଲିକଙ୍କ ସମେତ କରତକଳରେ କାମ କରୁଥିବା କର୍ମଚାରୀମାନେ ଉପସ୍ଥିତ ନ ଥିବା ଦେଖିବାକୁ ମିଲିଥିଲା । ତେବେ ଏହି କରତକଳ କାହାର ସେ ବିଷୟରେ ମଧ୍ୟ ସଠିକ ଭାବରେ କିଛି ସୂଚନା ନଥିବା କହିଛନ୍ତି ଚଢ଼ାଉରେ ଉପସ୍ଥିତ ଥିବା ବନ ବିଭାଗର ଅଧିକାରୀମାନେ ।