ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ନିଧନ

 ଅଭିମନ୍ୟୁ କୁମାର ୧୯୨୮ ମସିହାରେ ଭତରା ସ୍ଥିତ ମଠପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ସମ୍ବଲପୁରର ପ୍ରସିଦ୍ଧ ଭତରା ଗାନ୍ଧିମନ୍ଦିର ନିର୍ମାଣ କରିଥିଲେ 

ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ନିଧନ
ଫାଇଲ ଫଟୋ

ସମ୍ୱଲପୁର: ରେଢାଖୋଲ ବିଧାନସଭାରୁ ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ଅଭିମନ୍ୟୁ କୁମାରଙ୍କ ପରଲୋକ ହୋଇଯାଇଛି । ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।  ଆଜି ସକାଳେ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଭତରା ସ୍ଥିତ ଗାନ୍ଧୀ ମନ୍ଦିରର ନିର୍ମାତା ମଧ୍ୟ ଥିଲେ । । ରେଢାଖୋଲ ବିଧାନସଭାରୁ କଂଗ୍ରେସ ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ । ସେ ୧୯୭୧, ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ବିଧାନସଭାକୁ ବିଧାୟକ ନିର୍ବାଚିତ ହୋଇଥିଲେ । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । 

ସେ ୧୯୨୮ ମସିହାରେ ଭତରା ସ୍ଥିତ ମଠପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ପୂର୍ବତନ କଂଗ୍ରେସ ବିଧାୟକ ସମ୍ବଲପୁରର ପ୍ରସିଦ୍ଧ ଭତରା ଗାନ୍ଧିମନ୍ଦିର ନିର୍ମାଣ କରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ରେଙ୍ଗାଲି ବିଧାୟକ ନାଉରୀ ନାୟକ, ପୂର୍ବତନ ବିଜେଡି ଜିଲ୍ଲା ସଭାପତି ପ୍ରମୋଦ ରଥଙ୍କ ସହ ଅନେକ ରାଜନୈତିକ ବ୍ୟକ୍ତିତ୍ୱ ତାଙ୍କର ଶେଷ ଦର୍ଶନ କରିଥିଲେ ।