Advertisement
Article Detail0/zeeodisha/odisha692974
Zee OdishaOdisha Khabarପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ଦେହାନ୍ତ, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ଦେହାନ୍ତ, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ରାଜନୀତିରେ ଅର୍ଜୁନ ଜଣେ ଟାଣୁଆ ଓ ସଫଳ ନେତା ଭାବେ ପରିଚିତ । ଭଦ୍ରକ ଲୋକସଭା ଆସନରୁ ସେ ସଂସଦ କୁ  ୮ ଥର ନିର୍ବାଚିତ ହୋଇଥିଲେ । 

ଫାଇଲ ଫଟୋ
ଫାଇଲ ଫଟୋ

ଭୁବନେଶ୍ୱର: ଭଦ୍ରକ ରାଜନୀତିର ଦ୍ରୁମ ତଥା  ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ । ୭୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ଅଭିମନ୍ୟୁ ସେଠୀ । ଆଉ ଏ ଖବର ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଶୋକବ୍ୟକ୍ତ କରିଛନ୍ତି । 

ଯାହା ଜଣାପଡ଼ିଛି, ଆସନ୍ତାକାଲି ଜନ୍ମ ମାଟିରେ ଅର୍ଜୁନ ସେଠୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ସକାଳ ୬.୩୦ ମିନିଟରେ ବିଜେପି ପାର୍ଟି ଅଫିସରେ ଶେଷ ଦର୍ଶନ ପାଇଁ ରଖାଯିବ ।  ପରେ ଭଦ୍ରକରେ ଶୋଭାଯାତ୍ରା ପରେ ଅନ୍ତିମ ସଂସ୍କାର କରାଯିବ । ଅର୍ଜୁନ ସେଠୀଙ୍କ ପୁଅ ଅଭିରାମ ସେଠୀ ଏନେଇ ସୂଚନା ଦେଇଛନ୍ତି । 

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ସମବେଦନା ବାର୍ତ୍ତାରେ ସ୍ୱର୍ଗତ ସେଠୀଙ୍କୁ ଜଣେ ଭେଟେରାନ ନେତା ତଥା ଦକ୍ଷ ପ୍ରଶାସକ ବୋଲି ବର୍ଣ୍ଣନା କରିଛନ୍ତି । ସ୍ୱର୍ଗତ ଅର୍ଜୁନ ସେଠୀ ତାଙ୍କର ଉତ୍ସର୍ଗୀକୃତ ସେବା ତଥା ପ୍ରତିବଦ୍ଧତା ପାଇଁ ଲୋକଙ୍କ ଶୁଭେଚ୍ଛା ଅର୍ଜନ କରିଛନ୍ତି । ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୋକସନ୍ତପ୍ତ ପରିବାର ପ୍ରତି ତାଙ୍କର ଗଭୀର ସମବେଦନା ଜଣାଇଛନ୍ତି । 

Add Zee News as a Preferred Source

ରାଜ୍ୟ ରାଜନୀତିରେ ଅର୍ଜୁନ ଜଣେ ଟାଣୁଆ ଓ ସଫଳ ନେତା ଭାବେ ପରିଚିତ । ଭଦ୍ରକ ଲୋକସଭା ଆସନରୁ ସେ ସଂସଦ କୁ  ୮ ଥର ନିର୍ବାଚିତ ହୋଇଥିଲେ । ଏହା ସହ ବିଜେଡି ସଂସଦୀୟ ଦଳର ନେତା ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ଅର୍ଜୁନ। ଏତତ୍ ବ୍ୟତୀତ ରାଜ୍ୟ  ବିଧାନସଭାକୁ ମଧ୍ୟ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l 

କେବଳେ ସେତିକି ନୁହେଁ, ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । ଆଜି (ସୋମବାର ) ତାଙ୍କ ବିୟୋଗରେ ଭଦ୍ରକ ସମେତ ସାରା ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି ।

ତେବେ ୨୦୧୯ ସାଧାରଣ   ନିର୍ବାଚନ ପୂର୍ବରୁ ଅର୍ଜୁନ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ l ଏହାସହ ନିଜେ  ନିର୍ବାଚନ ନଲଢ଼ି ପୁଅ ଅର୍ଜୁନକୁ ମୈଦାନକୁ ଛାଡିଥିଲେ । l ହେଲେ ସେ ବିଜେଡି ପ୍ରାର୍ଥୀ ଙ୍କ ଠାରୁ ପରାସ୍ତ ହୋଇଥିଲେ । 

About the Author