ରାଜ୍ୟରେ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସମାଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଥିଲେ ମଧ୍ୟ ଡ଼ିଜେଲ ଦରରେ ବୃଦ୍ଧି ଯୋଗୁଁ ବଜାରରେ ସମାଗ୍ରୀର ଦର ବଢୁଛି । ତେବେ ଏହା ଉପରେ ଖାଦ୍ୟ ଯୋଗାଣ ବିଭାଗ ନଜର ରଖିଛି ବୋଲି ମନ୍ତ୍ରୀ କହିଛନ୍ତି ।
Trending Photos
)
ଯଯାତି ମହାନ୍ତି, ଭୁବନେଶ୍ୱର: ରାଜ୍ୟରେ ବଢି ଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର । ଗତ ୨ ସପ୍ତାହ ହେଲା ତେଲ ଦରରେ ଅହେତୁକ ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢୁଛି ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ତେଳ ଦର ବଢୁଥିବାରୁ ପରିବହନ ଦର ଉପରେ ପ୍ରଭାବ ପଡ଼ିଛି ।
ରାଜ୍ୟରେ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସମାଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଥିଲେ ମଧ୍ୟ ଡ଼ିଜେଲ ଦରରେ ବୃଦ୍ଧି ଯୋଗୁଁ ବଜାରରେ ସମାଗ୍ରୀର ଦର ବଢୁଛି । ତେବେ ଏହା ଉପରେ ଖାଦ୍ୟ ଯୋଗାଣ ବିଭାଗ ନଜର ରଖିଛି ବୋଲି ମନ୍ତ୍ରୀ କହିଛନ୍ତି । ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି ଏବଂ ଆବଶ୍ୟକ ହେଲେ କଳାବଜାରୀଙ୍କ ଉପରେ ଚଢାଉ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।