ଭଲ ଖବର: ରାଜ୍ୟରେ ପୁଣି ସୁସ୍ଥ ହେଲେ ୪୦୧ କୋରୋନା ଆକ୍ରାନ୍ତ
Advertisement

ଭଲ ଖବର: ରାଜ୍ୟରେ ପୁଣି ସୁସ୍ଥ ହେଲେ ୪୦୧ କୋରୋନା ଆକ୍ରାନ୍ତ

ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦,୮୭୭ କୋରୋନା ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । 

ଭଲ ଖବର: ରାଜ୍ୟରେ ପୁଣି ସୁସ୍ଥ ହେଲେ ୪୦୧ କୋରୋନା ଆକ୍ରାନ୍ତ

ଭୁବନେଶ୍ୱର: ସମଗ୍ର ରାଜ୍ୟରେ କ୍ରମାଗତ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ କୋରୋନା ମାମଲାରେ ଶହ ଶହ ସଂଖ୍ୟାରେ ବୃଦ୍ଧି ଘଟୁଛି । ଏହାସହ ରାଜ୍ୟରେ କୋରୋନା ନଜିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ସମୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଆଜି(ଗୁରୁବାର) ରାଜ୍ୟରେ ଆଉ ୪୦୧ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦,୮୭୭ କୋରୋନା ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ତଥା ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ସୂଚନାଯୋଗ୍ୟ, ଆଜି ଯାଜପୁରରୁ ୯୮ ଜଣ, ଗଞ୍ଜାମରୁ ୮୪ ଜଣ, ସୁନ୍ଦରଗଡ଼ରୁ ୪୬ ଜଣ, ଗଜପତିରୁ ୩୬ ଜଣ, ଝାରସୁଗୁଡାରୁ ୩୦ ଜଣ, କେନ୍ଦୁଝରରୁ ୧୭ ଜଣ, ମାଲକାନଗିରିରୁ ୧୭ ଜଣ, ଜଗତସିଂହପୁରରୁ ୧୭ ଜଣ, ଖୋର୍ଦ୍ଧାରୁ ୧୨ ଜଣ, ଅନୁଗୋଳରୁ ୮ ଜଣ, ସୋନପୁରରୁ ୭ ଜଣ, ବରଗଡରୁ ୬ ଜଣ, ସମ୍ୱଲପୁରରୁ ୫ ଜଣ, କେନ୍ଦ୍ରାପଡାରୁ ୫ ଜଣ, ଢେଙ୍କାନାଲରୁ ୪ ଜଣ, ଭଦ୍ରକ ଓ ବାଲେଶ୍ୱରରୁ ୩ ଜଣ, କଟକରୁ ୨ ଜଣ ଏବଂ ପୁରୀରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି(ଗୁରୁବାର) ସକାଳ ଯାଏ ରାଜ୍ୟରେ ମୋଟ ୧୫,୩୯୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୭୯ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି । ୧୦,୪୭୬ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୪,୮୧୩ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।