)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଅନଲାଇନ୍ କ୍ଲାସ୍ ପାଇଁ ବାହାରିଲା ଗାଇଡଲାଇନ୍ । ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଥିବା ଅନଲାଇନ୍ କ୍ଲାସ୍ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ସ୍ବତନ୍ତ୍ର ନିୟମାବଳୀ ପ୍ରକାଶ ପାଇଛି । କୋରୋନା କଟକଣା ହେତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ଅନଲାଇନ ପାଠପଢାକୁ ଗୁରୁତ୍ବ ଦେଇ ବିଭାଗ ଏହି ନିଷ୍ପତ୍ତି ନେଇଛି । ବିଭାଗ ଅଧିନରେ ଥିବା ସମସ୍ତ ମହାବିଦ୍ୟାଳୟରେ ୟୁଜି ଓ ପିଜି ପାଠ୍ୟକ୍ରମ ଲାଗି ଆସନ୍ତା ୧୩ ତାରିଖରୁ ଅନଲାଇନରେ ପାଠପଢା ଆରମ୍ଭ ହେବାକୁ ଯାଉଛି ।
ଅନଲାଇନ କ୍ଲାସ୍ ପାଇଁ ପ୍ରକାଶିତ ନିୟମାବଳୀ ମୁତାବକ...
() ଜୁଲାଇ ୧୩ରୁ ଇଣ୍ଟରମିଡିଏଟ ସେମିଷ୍ଟର ଲାଗି ଅନଲାଇନରେ ପାଠପଢା ଆରମ୍ଭ ହେବ ।
() ଅଧ୍ୟାପକ ଓ ଅଧ୍ୟାପିକ ମାନେ ହ୍ଟାଟ୍ସଆପ୍ କିମ୍ବା ଇ-ମେଲ ଜରିଆରେ ସର୍ବାଧିକ ୩୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଗ୍ରୁପ କରିବେ ।
() ଏଥିରେ ନୋଟ୍ସ, ଟେକ୍ସ୍ଟ ବୁକ୍, ପିପିଟି ଆଦିର ସଫ୍ଟ କପି ସମେତ ଡିଜିଟାଲ ଷ୍ଟଡି ମେଟେରିଆଲ୍ ପ୍ରଦାନ କରିବେ ।
() ଦୈନିକ ସର୍ବନିମ୍ନ ୨ରୁ ୩ ଘଣ୍ଟା ଭାବେ ସପ୍ତାହକୁ ତିନି ଦିନ ଗୁଗୁଲ ମିଟ୍, ଜୁମ୍, ସ୍କାଇପି ଆଦି ଡିଜିଟାଲ ପ୍ଲାଟଫର୍ମରେ ଅନଲାଇନ କ୍ସାସ୍ କରିବେ । ତେବେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ମହାବିଦ୍ୟାଳୟ ପରିସରରେ ହିଁ ଅନଲାଇନ କ୍ଲାସ କରିବାକୁ କୁହାଯାଇଛି ।
() ଏହାସହ ଅନଲାଇନରେ ପାଠପଢୁଥିବା ଛାତ୍ରଛାତ୍ରୀମାନଙ୍କର ଉପସ୍ଥାନ, ପ୍ରୋଗେସ୍ ରିପୋର୍ଟ, ଲେସନ ପ୍ଲାନ ଆଦି ତଦାରଖ କରିବେ ।
() ସେହିପରି ବିଭାଗ ଗୁଡିକ ପ୍ରତି ବିଷୟବସ୍ତୁ ପାଇଁ ଟାଇମ ଟେବୁଲ ପ୍ରସ୍ତୁତ କରି ଅଧ୍ୟକ୍ଷଙ୍କୁ ଦେବେ ଏବଂ ସେ ମାଷ୍ଟର ଟାଇମ ଟେବୁଲ କରି ଗ୍ରୁପ୍ ଓ କଲେଜ ୱେବସାଇଟର ଉପଲବ୍ଧ କରିବେ ।
() ଏହାସହ ଅଧ୍ୟକ୍ଷଙ୍କ ସହାୟତାରେ ଦୁଇ ଜଣ ସିନିୟର ଶିକ୍ଷକ ସମସ୍ତ ଅନଲାଇନ କ୍ଲାସକୁ ତଦାରଖ କରିବେ । ଏ ସମସ୍ତ ପ୍ରକ୍ରିୟାକୁ ତନଖି କରିବା ପାଇଁ ଉଚ୍ଚଶିକ୍ଷା ବିଭାଗୀୟ ଅଧିକାରୀ ମାନେ ବିଭିନ୍ନ ମହାବିଦ୍ୟାଳୟକୁ ଅଚାନକ ଗସ୍ତ କରିବେ ବୋଲି ଉଲ୍ଲେଖ କରାଯାଇଛି ।
ଏହି ନୀୟମାବଳୀ ନେଇ ବିଭାଗୀୟ ସଚିବ ସାସ୍ୱତ ମିଶ୍ର ସମସ୍ତ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଚିଠି ଯୋଗେ ଅବଗତ କରିଛନ୍ତି ।