ଏହାସହ ଆସନ୍ତା ୨୮ ତାରିଖରୁ ଦୁଇ ଦିନ ଧରି କିଛି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘଡଘଡି ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
Trending Photos
)
ଭୁବନେଶ୍ୱର: ତାତିରୁ ତ୍ରାହି ନାହିଁ । ୪ଦିନ ଯାଏଁ ୧୧ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ । ପଶ୍ଚିମରେ ଗରମ, ଉପକୂଳରେ ଗୁଳଗୁଳି । ଓଡିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ, ଗରମ ଓ ଶୁଷ୍କ ବାୟୁ ପ୍ରବାହିତ ହେଉ ଥିବାରୁ ଆଗାମୀ ୪ ଦିନ ଯାଇଁ ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଦେଓଗଡ, କଳାହାଣ୍ଡି, ନୂଆପଡା, ବରଗଡ଼, ଝାରସୁଗୁଡା, ସମ୍ବଲପୁର ଏବଂ ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି । ୨୪ ଘଣ୍ଟାରେ ୟେଲୋ ୱାର୍ଣ୍ଣିଂ ଏବଂ ପରବର୍ତ୍ତୀ ୩୬ ଘଣ୍ଟା ପାଇଁ ଏହି ଜିଲ୍ଲା ଗୁଡିକୁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି ।
ତେବେ ଏହି ସମୟରେ ସାଧାରଣ ଲୋକମାନେ ଏହି ଗରମକୁ ସହ୍ୟ କରିପାରିବେ । ଯଦିଓ ବାତ କିମ୍ବା ଶ୍ୱାସ ଏବଂ ବୟସ୍କ ଓ ଶିଶୁଙ୍କୁ ସିଧାସଳଖ ସୂର୍ଯ୍ୟ କିରଣ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ସେପଟେ ବାୟୁମଣ୍ଡଳରେ ଚାପର ତାରତମ୍ୟ ରହୁ ଥିବାରୁ ଉପକୂଳ ଓଡିଶା ଏବଂ ତାର ଆଖପାଖ ଅଂଚଳରେ ସମୁଦ୍ରରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗ ଯାଇଁ ପବନ ରହିବାର ସମ୍ଭାବନା ରହିଛି । ସେଥିଲାଗି ମତ୍ସ୍ୟଜୀବୀଙ୍କୁ ୨୫ ଏବଂ ୨୬ ତାରିଖ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି ।
ଏହାସହ ଆସନ୍ତା ୨୮ ତାରିଖରୁ ଦୁଇ ଦିନ ଧରି କିଛି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘଡଘଡି ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।