ପ୍ରତି ବର୍ଷ ବର୍ଷା ସମୟ ଆସିଲେ ସମ୍ବଲପୁର ସହରବାସୀଙ୍କୁ ଏମିତି ପାଣିରେ ଉବୁଟୁବୁ ହେବାକୁ ପଡିଥାଏ । ବର୍ଷା ସମୟ ଆସିବା ପୂର୍ବରୁ ଜିଲ୍ଲା ପ୍ରଶାସନ ନାଳ ନର୍ଦ୍ଦମା ସଫା ସୁତୁରା କରିବା ପ୍ରକ୍ରିୟା ଆରମ୍ଭ କରିଥାଏ । କିନ୍ତୁ ବର୍ଷା ମାସ ସରିଗଲା ପରେ ମଧ୍ୟ ଏ ସମସ୍ୟାର ସମାଧାନ ହୁଏନାହିଁ ।
Trending Photos
)
ସମ୍ବଲପୁର: ଅସରାଏ ବର୍ଷାରେ ଉବୁଟୁବୁ ସମ୍ବଲପୁର । କିଛି ସମୟର ବର୍ଷାରେ ସହରର ସବୁ ସ୍ଥାନ ପାଣିରେ ଭରିଯାଏ । ସହରର ମୁଖ୍ୟ ଅଂଚଳ ଏ.ଏନ. ଗୁହା ଲେନ, ଲକ୍ଷ୍ମୀ ଟକିଜ, ମୋଦୀପଡା, ଗୋପାଲମାଲ, ଗୋଲ ବଜାର ଇତ୍ୟାଦି ଅଂଚଳ ବନ୍ଧର ଭ୍ରମ ସୃଷ୍ଟି କରେ । ସହରର ପ୍ରାୟ ସବୁ ପଡା ନଦୀ ନାଳ ବନ୍ଧ ପରି ଜଣାପଡେ । ବର୍ଷା ପାଣି ନାଳରେ ପଡି ରାସ୍ତା ଉପରେ ଜମା ହୋଇଯାଏ । ଏ ସବୁ ଚିତ୍ର ହେଉଛି ଅସରାଏ ବର୍ଷା ହେଲେ ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳର । ରାସ୍ତାରେ ପାଣି ଆସିଯିବ ଫଳରେ ଲୋକଙ୍କ ଯିବା ଆସିବାରେ ଅସୁବିଧା ସୃଷ୍ଟି ହୁଏ । ଏମିତିକି ସହରର ତଳି ଅଂଚଳରେ ରହୁଥିବା ଲୋକଙ୍କ ଘରେ ମଧ୍ୟ ପାଣି ପସିଯାଏ । ସରକାର ସବୁ ବର୍ଷ ଟାଙ୍ଗନା ନାଲା ଓ ଧୋବି ଜୋରର ତିଆରି ମରାମତି କାର୍ଯ୍ୟ କରନ୍ତି । କିନ୍ତୁ ତାହା ପାଣିକୁ ସଠିକ ରୂପେ ପରିଚାଳନା କରିବାରେ ବିଫଳ ହୁଏ । ସାଧାରଣ ଲୋକଙ୍କ ଘରେ ପାଣି ପସି ଯିବା ଫଳରେ ଜୀବନ ହୋଇପଡେ ଦୁର୍ବିସହ ।
ପ୍ରତି ବର୍ଷ ବର୍ଷା ସମୟ ଆସିଲେ ସମ୍ବଲପୁର ସହରବାସୀଙ୍କୁ ଏମିତି ପାଣିରେ ଉବୁଟୁବୁ ହେବାକୁ ପଡିଥାଏ । ବର୍ଷା ସମୟ ଆସିବା ପୂର୍ବରୁ ଜିଲ୍ଲା ପ୍ରଶାସନ ନାଳ ନର୍ଦ୍ଦମା ସଫା ସୁତୁରା କରିବା ପ୍ରକ୍ରିୟା ଆରମ୍ଭ କରିଥାଏ । କିନ୍ତୁ ବର୍ଷା ମାସ ସରିଗଲା ପରେ ମଧ୍ୟ ଏ ସମସ୍ୟାର ସମାଧାନ ହୁଏନାହିଁ । ବର୍ଷା ମାସ ଗଲା ପରେ ଲୋକେ ମଧ୍ୟ ଭୁଲିଯାନ୍ତି । ସରକାର ମଧ୍ୟ ନୀରବ ହୋଇଯାଆନ୍ତି । ସହରର ସ୍ବେରେଜ ସିଷ୍ଟମ ପୁରାପୁରି ଗଡବଡ଼ । ବର୍ଷା ପାଣି କୁଆଡେ ଯିବ ସେ ଦିଗରେ ପ୍ରଶାସନ ମଧ୍ୟ ଅନଭିଜ୍ଞ । ସହରର ବର୍ଷା ପାଣି ନିଷ୍କାସନ ପାଇଁ ଦୁଇଟି ପମ୍ପ ହାଉସ ନିର୍ମାଣ କରାଯାଇଛି । ଗୋଟିଏ ବିନାଖଣ୍ଡିରେ ରହିଥିବା ବେଳେ ଅନ୍ୟଟି ବାଲିବନ୍ଧାରେ ରହିଛି । କିନ୍ତୁ ସେହି ବାଟରେ ବର୍ଷା ପାଣି ନ ଯାଇ ସହରର ରାସ୍ତାରେ ଜମିଯାଏ । ସାଧାରଣ ଲୋକେ ସ୍ବେରେଜ ସିଷ୍ଟମ ଠିକ ଭାବରେ ପରିଚାଳନା ହୋଇପାରୁନଥିବାର ଅଭିଯୋଗ କରନ୍ତି ।
ଏପଟେ ମହାନଗର ନିଗମ କମିଶନରଙ୍କ କହିବା ଅନୁଯାୟୀ, ଏ ବାବଦରେ ଗୋଟିଏ ବୈଠକ ହୋଇସାରିଛି । କେମିତି ବର୍ଷା ସମୟରେ ସୁରୁଖୁରୁରେ ସହରରୁ ଜଳ ନିଷ୍କାସନ କରାଯାଇପାରିବ ସେ ଦିଗରେ ସମସ୍ତ ଯୋଜନା ପ୍ରସ୍ତୁତ ହୋଇସାରିଛି ।
ସରକାରଙ୍କ ତରଫରୁ ସବୁ ସମୟରେ ଯୋଜନା ପ୍ରସ୍ତୁତ ହୁଏ । କିନ୍ତୁ ତାହା କେତେ ବେଳେ କାର୍ଯ୍ୟକ୍ଷମ ହୁଏ, ତାହା ସାଧାରଣ ଜନତା ଜାଣିପାରେ ନାହିଁ ।