ଆସନ୍ତା ୨୪ ଘଣ୍ଟାରେ ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha707155

ଆସନ୍ତା ୨୪ ଘଣ୍ଟାରେ ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ବଲାଙ୍ଗିର, ବରଗଡ଼, ଝାରସୁଗୁଡା, ଦେଓଗଡ, କେଉଁଝର, ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆସନ୍ତା ୨୪ ଘଣ୍ଟାରେ ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସକ୍ରିୟ ରହିଛି ଲଘୁଚାପ ସହ ମୌସୁମୀ । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ସକ୍ରିୟ ରହିଥିବା ବେଳେ  ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ଆକ୍ଟିଭ୍ ରହିଛି । ଏହାର ପ୍ରଭାବରେ ବିକ୍ଷିପ୍ତ ଭାବେ ରାଜ୍ୟରେ ଜାରି ରହିବ ବର୍ଷା । ଆସନ୍ତା ୨୪ ଘଣ୍ଟାରେ ସମ୍ବଲପୁର, ସୋନପୁର, ବୌଦ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବଲାଙ୍ଗିର, ବରଗଡ଼, ଝାରସୁଗୁଡା, ଦେଓଗଡ, କେଉଁଝର, ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏସବୁ ଜିଲ୍ଲା ଗୁଡ଼ିକରେ ଚାଷୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଏ । ଏହାସହ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୮ ତାରିଖରେ ବର୍ଷା ପରିମାଣ ସାମାନ୍ୟ କମିବା ପରେ ୯ରୁ ପୁଣି ବଢିବା ନେଇ କେନ୍ଦ୍ର ଆକଳନ କରିଛି । ସେପଟେ ସମୁଦ୍ର ଅଶାନ୍ତ ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ଏବଂ ଉଚ୍ଚ ଜୁଆର ସମ୍ଭାବନା ହେତୁ ୭ ତାରିଖ ଯାଏଁ ସମୁଦ୍ର ପ୍ରବେଶ ନେଇ ମତ୍ସ୍ୟଜୀବୀ ମାନଙ୍କୁ ବାରଣ କରାଯାଇଛି ।

;