)
ଯଯାତି ମହାନ୍ତି, ଭୁବନେଶ୍ୱର: ଆତ୍ମନିର୍ଭର ଭାରତର ଚତୁର୍ଥ ପର୍ଯ୍ୟାୟରେ କୋଇଲା କ୍ଷେତ୍ରରେ ଅଧିକ ଘରୋଇ ପୁଞ୍ଜି ଆକର୍ଷିତ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏହା ମାଧ୍ୟମରେ କୋଇଲା ଖଣି କ୍ଷେତ୍ରରେ ଘରୋଇ କମ୍ପାନିମାନଙ୍କ ଅଂଶଗ୍ରହଣକୁ ରାଜସ୍ୱ ଆବଣ୍ଟନ ଭିତ୍ତିରେ ପ୍ରେତ୍ସାହିତ କରାଯିବ । କୋଇଲା କ୍ଷେତ୍ରରେ ସଂସ୍କାର ସହ ଏବେ ରାଜସ୍ୱ ଓ ନିଯୁକ୍ତି ନେଇ ନୂଆ ଦିଗ ଦେଖାଇଛି । ଯାହାର ଫାଇଦା ରାଜ୍ୟକୁ ବି ମିଳିବ ।
କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ସରଳୀକରଣ କରାଯିବ । ପ୍ରାୟ ୫୦୦ ଶହଟି କୋଇଲା ଖଣି ନିଲାମ ପାଇଁ ରଖାଯିବ । ଆତ୍ମନିର୍ଭର ଭାରତ ପ୍ୟାକେଜ୍ର ଚତୁର୍ଥ ପର୍ଯ୍ୟାୟ ଘୋଷଣା ବେଳେ ଏହା ବିଷୟରେ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ମାଧ୍ୟମରେ କୋଇଲା ଖଣି କ୍ଷେତ୍ରରେ ଘରୋଇ କମ୍ପାନିମାନଙ୍କ ଅଂଶଗ୍ରହଣକୁ ରାଜସ୍ୱ ଆବଣ୍ଟନ ଭିତ୍ତିରେ ପ୍ରେତ୍ସାହିତ କରାଯିବ । ଏହାଛଡ଼ା କୋଇଲା ପରିବହନ ଭିତ୍ତିଭୂମି ପାଇଁ ୫୦ ହଜାର କୋଟି ଘୋଷଣା ହୋଇଛି । ତେବେ ପର୍ଯ୍ୟାପ୍ତ ପରିମାଣର କୋଇଲା ଦେଶରେ ଗଛିତ ଥିଲେ ମଧ୍ୟ ବାହାର ଦେଶରୁ କୋଇଲା ଆମଦାନୀ ହେଉଛି । ଅଧିକ କୋଇଲା ଉପ୍ତାଦନ ହେଲେ ଆମଦାନୀ ବନ୍ଦ ହେବ । କୋଇଲା ରାଜସ୍ବରେ ରାଜ୍ୟ ସରକାରଙ୍କ ଭାଗ ମଧ୍ୟ ରହିବ । ଏଭଳି ମତ ଦେଇଛନ୍ତି ଅର୍ଥନୀତି ସମୀକ୍ଷକ ।
ଶିଳ୍ପ କାରଖାନାକୁ କଞ୍ଚାମାଲ୍ ଯୋଗାଣ ନେଇ ଯୁଗ୍ମ ନିଲାମୀ ବ୍ୟବସ୍ଥା ହେବ । ମୂଳ ଖଣି ସହ ବିଜୁଳି ଉତ୍ପାଦନ ପାଇଁ ଅବଶ୍ୟକୀୟ ଖଣିଜ ବି ମିଳିପାରିବ । କ୍ୟାପ୍ଟିଭ୍ ଓ ନନ୍ କ୍ୟାପ୍ଟିଭ୍ ଖଣି ଭିତରେ ପ୍ରାର୍ଥକ୍ୟ ରହିବନି । ସରକାରଙ୍କ ନିଷ୍ପତ୍ତି ଦ୍ୱାରା କୋଇଲା ପରିବହନ ବଢିବ । ଉତ୍ପାଦାନ ବି ବହୁଗୁଣିତ ହେବାର ଆଶା ଦେଖାଦେଇଛି । ବିଶ୍ୱର ତିନୋଟି ବୃହତ୍ତମ କୋଇଲା ସଂରକ୍ଷଣ କ୍ଷମତା ଦେଶ ମଧ୍ୟରେ ରହିଛି ଭାରତ । କୋଇଲା ଉପ୍ତାଦନ କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶ ହେଲେ ଅଧିକ କର୍ମ ନିଯୁକ୍ତି ସୃଷ୍ଟି ହେବ । କୋଇଲା ଉତ୍ପାଦନ ବଢିଲେ ବିଦ୍ୟୁତ୍ ଉତ୍ପାଦନ ସହଜ ହେବା ସହ ଶସ୍ତା ହେବ ।
କୋଇଲାକୁ ଗ୍ୟାସ୍ରେ ପରିଣତ କରିବାକୁ ପ୍ରୋତ୍ସାହନ ଦିଆଯିବ । ସମୟ ପୂର୍ବରୁ ଉତ୍ତୋଳନ ସରିଲେ ପ୍ରୋତ୍ସାହନ ରାଶି ମିଳିବ । ଏଥିସହିତ କୋଇଲା ପରିବହନ ଭିତ୍ତିଭୂମି ପାଇଁ ୫୦ ହଜାର କୋଟି ଖର୍ଚ୍ଚ ହେବ । ଏଭଳି ସଂସ୍କାର ଦ୍ୱାରା ରାଜସ୍ୱ ଓ ନିଯୁକ୍ତି ବୃଦ୍ଧି ପାଇବ । ଯାହା ଉଭୟ କେନ୍ଦ୍ର ରାଜ୍ୟ ସରକାରଙ୍କୁ ଫାଇଦା ଦେବ ।