ଯେକୌଣସି ହଟସ୍ପଟ ଜିଲ୍ଲାରୁ ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ ଆସିଲେ ଏଣିକି ହୋମ୍ କ୍ୱାରେଣ୍ଟାଇନର ଅନୁମତି ଦିଆଯିବ ନାହିଁ । ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିମଗ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
Trending Photos
)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ହଟସ୍ପଟରୁ ଆସିଲେ, ହୋମ୍ କ୍ୱାରେଣ୍ଟାଇନ୍ ମନା । ଏନେଇ ବିଏମସି ପକ୍ଷରୁ ଆଜି ନିଷ୍ପତ୍ତି ନିଆଯାଇଛି । ଯେକୌଣସି ହଟସ୍ପଟ ଜିଲ୍ଲାରୁ ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ ଆସିଲେ ଏଣିକି ହୋମ୍ କ୍ୟାରେଣ୍ଟାଇନର ଅନୁମତି ଦିଆଯିବ ନାହିଁ । ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିମଗ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାସହ ବସ୍ତି ଅଂଚଳ ସମେତ ବୟସ୍କ ଓ ଶିଶୁ ମାନଙ୍କୁ ପ୍ରଧାନ୍ୟ ଦିଆଯାଉଥିବା ବିଏମସି କମିଶନର ସୂଚନା ଦେଇଛନ୍ତି । ସେପଟେ ଦିନକୁ ଦିନ ରାଜଧାନୀରେ କୋରୋନା ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ କଟକଣାକୁ ଲୋକ ସଚେତନ ସହ କଠୋର କରିବାକୁ ଦାବି ହୋଇଛି ।
ରାଜଧାନୀ ଭୁବନେଶ୍ୱରରେ ଏଣିକି ଏହି ନୂଆ ନିୟମ ଲାଗୁ କରାଯାଇଛି । କୌଣସି ହଟସ୍ପଟ୍ ଅଂଚଳ ବା ଜିଲ୍ଲାରୁ ଭୁବନେଶ୍ୱରକୁ ଆସିଲେ । ତାଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ଅନୁମିତ ଦିଆଯିବ ନାହିଁ ବୋଲି ବିଏମସି କମିଶନର କହିଛନ୍ତି । ସେମାନଙ୍କୁ ଇନଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟାଇନରେ ରଖାଯିବ । ଏହାସହ ବାହାର ଦେଶ କିମ୍ବା ରାଜ୍ୟର ହଟସ୍ପଟ ବ୍ୟତୀତ ଅନ୍ୟ ଅଂଚଳରୁ ଆସିଲେ ସଂପୃକ୍ତ ବ୍ୟକ୍ତିଙ୍କ ସମେତ ପୁରା ପରିବାରକୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯିବ । ଏଯାବତ ରାଜଧାନୀରେ ଟିହ୍ନଟ ମୋଟ ୨୭୪ ଜଣ କୋରୋନା ସଂକ୍ରମିତଙ୍କ ମଧ୍ୟରୁ ୧୩୮ ଜଣ ସୁସ୍ଥ, ୧୩୨ ସକ୍ରିୟ ଚିକିତ୍ସିତ ଓ ୩ ଜଣଙ୍କର ମୃତ୍ୟ ଘଟିଛି । ତେବେ କ୍ରମାଗତ ଭାବେ ସଂକ୍ରମିତ ସଂଖ୍ୟା ବୃଦ୍ଧିକୁ ଦେଖି ୱାର୍ଡ ସ୍ତରରେ ସଚେତନ ଏବଂ ବସ୍ତି, ବୟସ୍କ ଓ ଶିଶୁଙ୍କୁ ଗୁରୁତ୍ୱ ଦିଆଯାଉଥିବା ବିଏମସି କମିଶନର ସୂଚନା ଦେଇଛନ୍ତି ।
ସେପଟେ ଦିନକୁ ଦିନ ସଂକ୍ରମଣ ବଢୁଥିବା ବେଳେ କଟକଣା କୋହଳ ହେତୁ ଦୋକାନ ବଜାର ରାସ୍ତାଘାଟରେ ଭିଡ ପରିଲକ୍ଷିତ ହୋଇଛି । ଗୋଟିଏ ପଟେ ସର୍ବାଧିକ ସଂକ୍ରମିତ ଜିଲ୍ଲା ଗଂଜାମରେ ଚାରି ଦିନିଆ ସଟ୍ ଡାଉନକୁ ପରେ ରାଜଧାନୀରେ କଠୋରା କଟକଣାକୁ ନେଇ ମିଶ୍ରିତ ପ୍ରତ୍ରିକ୍ରିୟା ପ୍ରକାଶ ପାଇଛି । ଲୋକ ଅଧିକ ସଚେତନ ହେବା ସହ ପ୍ରଶାସନିତ ସ୍ତରରେ ବ୍ୟାପକ ସଚେତନ ଏବଂ କଠୋରା କଟକଣା କରିବାକୁ ଦାବୀ ହୋଇଥିବା ବେଳେ ଜୀବିକା ହରାଇଥିବା ଗରିବ ଦିନ ମଜୁରିଆ ଏଥିରେ କୋହଳ କରିବାକୁ କହିଛନ୍ତି ।
ଗୋଟିଏ ପଟେ କୋରୋନାର କରାଳ ରୂପ ଅନ୍ୟପଟେ ଜୀବନ ଆଉ ଜୀବିକାର ଦୋ ଛକି ଭିତରେ ଫସି ଥିବା ପ୍ରଶାସନ ଓ ବ୍ୟକ୍ତି ଉଭୟେ ସଜାଗ ହେବା ଆବଶ୍ୟକ ।