୪୫ କୋରୋନା ଆକ୍ରାନ୍ତଙ୍କ ଶରୀରରୁ ନମୂନା ନେଇ ILS ଓ RMRC ଷ୍ଟଡ଼ି ଆରମ୍ଭ ହୋଇଛି ।
Trending Photos
)
ଭୁବନେଶ୍ୱର: ରାଜ୍ୟରେ କୋରୋନା ଭାଇରସର ହେବ ପରୀକ୍ଷା । ଓଡ଼ିଶାକୁ କେଉଁ ଭାଇରସ୍ ଆସିଛି, ସେନେଇ ଜେନେଟିକ ଷ୍ଟଡି କରାଯାଉଛି । ୪୫ କୋରୋନା ଆକ୍ରାନ୍ତଙ୍କ ଶରୀରରୁ ନମୂନା ନେଇ ILS ଓ RMRC ଷ୍ଟଡ଼ି ଆରମ୍ଭ ହୋଇଛି । ଏହାର ସମୁଦାୟ ୨ଶହ ପରୀକ୍ଷା ହେବ । ୨ ସପ୍ତାହ ଭିତରେ ରିପୋର୍ଟ ଆସିବ । ଆଉ ଏହାପରେ ସ୍ପଷ୍ଟ ହୋଇଯିବ, ଓଡ଼ିଶାକୁ କେଉଁଠୁ ଭାଇରସ୍ ଆସିଛି ଏବଂ ଏହା କେଉଁ କେଟେଗୋରୀର ବୋଲି କହିଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା ।
ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନି । ସ୍ଥାନୀୟ ଅଞ୍ଚଳରୁ ଯେଉଁ କିଛି ମାମଲା ଆସୁଛି, ତାହା କ୍ୱାରେଣ୍ଟାଇନ ସେଣ୍ଟର ସହ ଜଡ଼ିତ । ଅର୍ଥାତ କ୍ୱାରେଣ୍ଟାଇନ ସେଣ୍ଟର ସଂସ୍ପର୍ଶରେ ସମ୍ପୃକ୍ତ ଆକ୍ରାନ୍ତମାନେ ଆସିଥିବା ଜଣାପଡ଼ୁଛି ।
ସେହିପରି ସଂକ୍ରମଣ ବଢ଼ିବା ସହ ମୌସୁମୀର କୌଣସି ପ୍ରଭାବ ନାହିଁ । କିନ୍ତୁ ଆମେ ସଚେତନ ନହେଲେ ସ୍ଥିତି ଗମ୍ଭୀର ହେବ ବୋଲି ଚେତାଇ ଦେଇଛନ୍ତି ILS ନିର୍ଦ୍ଦେଶକ ।