Advertisement
Article Detail0/zeeodisha/odisha762241
Zee OdishaOdisha Khabarଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ୧୧ରୁ ବଢିବ ବର୍ଷା!

ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ୧୧ରୁ ବଢିବ ବର୍ଷା!

ରାଜ୍ୟରେ ଆସନ୍ତା ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ । ସାରା ରାଜ୍ୟରେ ବର୍ଷା ହେବା ସହ ୧୧ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହେବ । 

ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ୧୧ରୁ ବଢିବ ବର୍ଷା!

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଆସୁଛି ବଡ ବର୍ଷା, ୨୪ ଘଣ୍ଟାରେ ଲଘୁଚାପ, ୧୧ ତାରିଖରୁ ଆରମ୍ଭ ହୋଇଯିବ ଏହାର ପ୍ରଭାବ । ଉତ୍ତର ଆଣ୍ଡାମାନ (Northern Andaman) ଓ ପୂର୍ବ କେନ୍ଦ୍ରୀୟ (East Central) ବଙ୍ଗୋପସାଗର (Bay of Bengal) ଠାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ଘନୀଭୂତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Regional Meteorological Centre) ।

ଯାହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅବପାତ (Depression) ରେ ପରିଣତ ହୋଇ ୧୧ ତାରିଖ ଅପରାହ୍ନରେ ପଶ୍ଚିମ- ଉତ୍ତରପଶ୍ଚିମ ଏବଂ ଆନ୍ଧ୍ର ପ୍ରଦେଶ ଉପକୂଳ (Andhra Coast), ଦକ୍ଷିଣ ଓଡିଶା (South Odisha) ଆଡକୁ ଗତି କରିବାର ସମ୍ଭାବନା ରହିଛି । ରାଜ୍ୟରେ ଆସନ୍ତା ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ । ସାରା ରାଜ୍ୟରେ ବର୍ଷା ହେବା ସହ ୧୧ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହେବ । 

ଏହାସହ ଦକ୍ଷିଣ ଉପକୂଳ ଓଡିଶା (South Odisha Coast) ଲାଗି ୧୧ ଓ ୧୨ ତାରିଖରେ ପବନର ବେଗ ୪୫-୫୫ କିଲୋମିଟର ରହିବା ନେଇ ଆକଳନ କରାଯାଇଛି । ସେହିପରି ସମୁଦ୍ର ଅଶାନ୍ତ ରହିବା ହେତୁ ୧୧-୧୩ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ପ୍ରବେଶ ନେଇ ମସ୍ତ୍ରଜୀବୀଙ୍କୁ ଚେତାବାନୀ ଜାରି କରାଯାଇଛି । ଯେଉଁମାନେ ଗଭୀର ସମୁଦ୍ର ଭିତରେ ଅଛନ୍ତି ୧୦ ତାରିଖ ସୁଦ୍ଧା ଉପକୂଳ ଫେରି ଆସିବାକୁ କୁହାଯାଇଛି । 

Add Zee News as a Preferred Source

ସେପଟେ ଗତକାଲି ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ବର୍ତ୍ତମାନ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା (Light Rain) ହେବାର ସମ୍ଭାବନା ରହିଛି । ୧୦ ତାରିଖ ଯାଏଁ କୌଣସି ପ୍ରବଳ ବର୍ଷାର ସତର୍କ ସୂଚନା ନାହିଁ ।