ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ୧୧ରୁ ବଢିବ ବର୍ଷା!
Advertisement

ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ୧୧ରୁ ବଢିବ ବର୍ଷା!

ରାଜ୍ୟରେ ଆସନ୍ତା ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ । ସାରା ରାଜ୍ୟରେ ବର୍ଷା ହେବା ସହ ୧୧ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହେବ । 

ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ୧୧ରୁ ବଢିବ ବର୍ଷା!

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଆସୁଛି ବଡ ବର୍ଷା, ୨୪ ଘଣ୍ଟାରେ ଲଘୁଚାପ, ୧୧ ତାରିଖରୁ ଆରମ୍ଭ ହୋଇଯିବ ଏହାର ପ୍ରଭାବ । ଉତ୍ତର ଆଣ୍ଡାମାନ (Northern Andaman) ଓ ପୂର୍ବ କେନ୍ଦ୍ରୀୟ (East Central) ବଙ୍ଗୋପସାଗର (Bay of Bengal) ଠାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ଘନୀଭୂତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Regional Meteorological Centre) ।

ଯାହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅବପାତ (Depression) ରେ ପରିଣତ ହୋଇ ୧୧ ତାରିଖ ଅପରାହ୍ନରେ ପଶ୍ଚିମ- ଉତ୍ତରପଶ୍ଚିମ ଏବଂ ଆନ୍ଧ୍ର ପ୍ରଦେଶ ଉପକୂଳ (Andhra Coast), ଦକ୍ଷିଣ ଓଡିଶା (South Odisha) ଆଡକୁ ଗତି କରିବାର ସମ୍ଭାବନା ରହିଛି । ରାଜ୍ୟରେ ଆସନ୍ତା ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ । ସାରା ରାଜ୍ୟରେ ବର୍ଷା ହେବା ସହ ୧୧ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହେବ । 

ଏହାସହ ଦକ୍ଷିଣ ଉପକୂଳ ଓଡିଶା (South Odisha Coast) ଲାଗି ୧୧ ଓ ୧୨ ତାରିଖରେ ପବନର ବେଗ ୪୫-୫୫ କିଲୋମିଟର ରହିବା ନେଇ ଆକଳନ କରାଯାଇଛି । ସେହିପରି ସମୁଦ୍ର ଅଶାନ୍ତ ରହିବା ହେତୁ ୧୧-୧୩ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ପ୍ରବେଶ ନେଇ ମସ୍ତ୍ରଜୀବୀଙ୍କୁ ଚେତାବାନୀ ଜାରି କରାଯାଇଛି । ଯେଉଁମାନେ ଗଭୀର ସମୁଦ୍ର ଭିତରେ ଅଛନ୍ତି ୧୦ ତାରିଖ ସୁଦ୍ଧା ଉପକୂଳ ଫେରି ଆସିବାକୁ କୁହାଯାଇଛି । 

ସେପଟେ ଗତକାଲି ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ବର୍ତ୍ତମାନ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା (Light Rain) ହେବାର ସମ୍ଭାବନା ରହିଛି । ୧୦ ତାରିଖ ଯାଏଁ କୌଣସି ପ୍ରବଳ ବର୍ଷାର ସତର୍କ ସୂଚନା ନାହିଁ ।