Advertisement
Article Detail0/zeeodisha/odisha699371
Zee OdishaOdisha Khabarବାଇକରେ ଯୋଗ

ବାଇକରେ ଯୋଗ

ବାଇକ ଉପରେ ପ୍ରାଣାୟମ ଓ ଯୋଗର ଭିନ୍ନ ଭିନ୍ନ ଆସନ କରି ସେ ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଆଜିର ଅନ୍ତର୍ଜାତୀୟ ମୋଟରସାଇକେଲ ଦିବସ ଓ ପିତୃ ଦିବସକୁ ମଧ୍ୟ ତାଙ୍କ ଯୋଗରେ ଦର୍ଶାଇଛନ୍ତି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ବାଇକରେ ଯୋଗ । ନିଜର ବୁଲେଟରେ ଯୋଗ କରି ନିଆରା ପ୍ରତିଭା ଦେଖାଇଛନ୍ତି ବାଇକ୍ କ୍ୟୁଇନ୍ ସଂଗୀତା ସାହୁ । ଆଜି(ରବିବାର) ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶ ବାସୀ ନିଜର ଶରୀର ଓ ମନକୁ ସୁସ୍ଥ ରଖିବା ଲାଗି ଯୋଗାଭ୍ୟାସ କରିଛନ୍ତି । ତେବେ କୋରୋନା କଟକଣା ହେତୁ ଘରେ ରହି ସଭିଏଁ ଯୋଗ କରିଥିବା ବେଳେ ବାଇକ ଯୋଗ କରି ଉଦାହରଣ ସୃଷ୍ଟି କରିଛନ୍ତି ଭୁବନେଶ୍ବରର ବାସିନ୍ଦା ସଂଗୀତା ।

ବାଇକ ଉପରେ ପ୍ରାଣାୟମ ଓ ଯୋଗର ଭିନ୍ନ ଭିନ୍ନ ଆସନ କରି ସେ ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଆଜିର ଅନ୍ତର୍ଜାତୀୟ ମୋଟରସାଇକେଲ ଦିବସ ଓ ପିତୃ ଦିବସକୁ ମଧ୍ୟ ତାଙ୍କ ଯୋଗରେ ଦର୍ଶାଇଛନ୍ତି । କୋରନା କଟକଣା ହେତୁ ଘରୁ ବାହାରିନଥିଲେ ବି ଜନସାଧାରଣଙ୍କୁ ଆଜିର ଏହି ଦିବସରେ ନିଜର ଆବେଗ ପ୍ରତି ଧ୍ୟାନ ଦେଇ ଅଭ୍ୟାସ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

Add Zee News as a Preferred Source
About the Author