Advertisement
Article Detail0/zeeodisha/odisha690289
Zee OdishaOdisha Khabarକେନ୍ଦ୍ରମନ୍ତ୍ରୀଙ୍କ କଥା ଶୁଣିଲେ ଜଗନ୍ନାଥ

କେନ୍ଦ୍ରମନ୍ତ୍ରୀଙ୍କ କଥା ଶୁଣିଲେ 'ଜଗନ୍ନାଥ'

ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ଥିବା ଜଗନ୍ନାଥ ପ୍ରଧାନ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ ।

ଫାଇଲ ଫଟୋ
ଫାଇଲ ଫଟୋ

ମଳୟ ମହାନ୍ତି, ଭୁବନେଶ୍ୱର: ଗତକାଲି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ଇସ୍ତଫା ପତ୍ର ଫେରାଇ ନେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଅର୍ଥାତ ଦଳ ଛାଡ଼ିବେନି ଜଗନ୍ନାଥ । 

ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ଥିବା ଜଗନ୍ନାଥ ପ୍ରଧାନ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ । ନିଜ ଇସ୍ତଫା ପତ୍ରକୁ ସେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ପାଖକୁ ପଠାଇ ଦେଇଥିଲେ । 

ତେବେ ଇସ୍ତଫା ପତ୍ର ପ୍ରତ୍ୟାହାର ନେଇ ପ୍ରତିକ୍ରିୟା ରଖିଛନ୍ତି ଜଗନ୍ନାଥ ପ୍ରଧାନ । ଗତକାଲି ଠାରୁ ସବୁ ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିଛି । ଏକାଠି ହୋଇ କାମ କରିବୁ ଆଉ ଆଗକୁ ବଢ଼ିବୁ । ଦଳର କିଛି ମାତ୍ରାରେ ବିଚ୍ୟୁତି ଥିବାରୁ ଅସନ୍ତୋଷ ଓ ଅଭିମାନ ଥିଲା । ଏବେ ଏହା ଦୂର ହୋଇଛି ବୋଲି ସେ କହିଛନ୍ତି । 

Add Zee News as a Preferred Source

ତେବେ ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ବାବୁ ସିଂ ଚୟନ ହେବା ପରେ ଜଗନ୍ନାଥ ପ୍ରଧାନ ଅସନ୍ତୋଷ ଥିଲେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବାବୁ ସିଂ । ଏହା ଆମ ପରିବାରର କଥା । ବିଶ୍ୱର ସର୍ବବୃହତ ଦଳରେ ମତାନ୍ତର ଥାଇପାରେ । ମୁଁ ଜଗା ଭାଇଙ୍କ ପାଖକୁ ପ୍ରତିକ୍ରିୟା ନେବାକୁ ଯାଇଥିଲି । ସଭାପତି ନିର୍ବାଚନ ପୂର୍ବରୁ ଆମେ ଉଭୟେ ଆଲୋଚନା କରିଥିଲୁ । ଯିଏ ବି ସଭାପତି ହେବ, ପ୍ରଥମେ ପରାଜୟର ସମୀକ୍ଷା କରିବା ଆଉ ଦଳକୁ ମଜଭୁତ କରିବା ବୋଲି ସେ କହିଥିଲେ । ତେଣୁ ମୁଁ ସଭାପତି ହେବାରେ କାହାର କିଛି ଅସୁବିଧା ଥିବ ବୋଲି ମୋର ମନେ ହେଉନାହିଁ ବୋଲି କହିଛନ୍ତି ବାବୁ ସିଂ । 

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ପୁଣି ଜଗା ଭାଇ(ଜଗନ୍ନାଥ ପ୍ରଧାନ)ଙ୍କ ପାଖକୁ ଯିବି । ତାଙ୍କ ସହ ଆଲୋଚନା କରିବି । ଯାହା ମତାନ୍ତର ଥିବ, ଦୂର ହୋଇଯିବ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସହ ମଧ୍ୟ ଆଲୋଚନା କରିଥିବା କହିଛନ୍ତୁ ବାବୁ । 

About the Author