Advertisement
Article Detail0/zeeodisha/odisha695280

୨ ବାଘ ଛାଲ ଜବତ ସହ ଗିରଫ ହେଲା କିଙ୍ଗପିନ

ବର୍ଷକରେ ୬ ମାମଲା...ଜବତ ହେଲାଣି ୧୦ ଚମଡ଼ା...୨୦ରୁ ଉର୍ଦ୍ଧ୍ୱ ଗିରଫ ମଧ୍ୟ ହେଲେଣି...ଅଭିଯୁକ୍ତଙ୍କ ମଧ୍ୟରେ ସରକାରୀ କର୍ମଚାରୀ, ଗ୍ରୋସେରୀ ଦୋକାନୀ...

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ସରୋଜ ବେହେରା, ଭୁବନେଶ୍ୱର: ପୁଣି ନୟାଗଡ଼ରୁ ଧରା ପଡିଛି ବାଘ ଛାଲ। କ୍ରାଇମବ୍ରାଞ୍ଚ STF ଜାଲ ବିଛାଇ ୨ଟି କଲରାପତରିଆ ବାଘ ଛାଲ ଓ ହାଡ଼ ଜବତ କରିଛି । ଘଟଣାରେ ଜଣେ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛି । ଅଭିଯୁକ୍ତ ଜଣେ ଗ୍ରୋସରୀ ଦୋକାନୀ । ବାଘ ଛାଲ ଶିକାର କରିବା ପରେ ରାଜ୍ୟ ବାହାରେ ଥିବା ଏଜେଣ୍ଟ ସହ ଯୋଗାଯୋଗ କରି ଏହାକୁ ଚଢ଼ା ଦାମରେ ସେ ବିକ୍ରି କରୁଥିଲା । ନୟାଗଡ଼ ରଣପୁର ଅଞ୍ଚଳରେ ବାଘ ଛାଲ ଥିବା ନେଇ କ୍ରାଇମବ୍ରାଞ୍ଚକୁ ଖବର ମିଳିଥିଲା । ଜାଲ ବିଛାଇ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । 

ତେବେ ସପ୍ତାହକ ମଧ୍ୟରେ ଦୁଇଟି ଘଟଣାରେ ୪ଟି ବାଘ ଛାଲ ୨ଟି ହରିଣ ଛାଲ ଜବତ ହୋଇଛି । ଜବତ ଛାଲ ଗୁଡିକୁ ଫରେନସିକ ଯାଞ୍ଚ ପାଇଁ ଡେରାଡୁନ ପଠାଯିବ । ବାଘ ଛାଲ ରାକେଟ ପଛରେ ଥିବା ଲୋକଙ୍କୁ ଧରିବା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି STF । 

fallback

Add Zee News as a Preferred Source

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା କଲରାପତରିଆ ବାଘ ଶିକାର ରୋକିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଆରମ୍ଭ କରିଥିଲା ଅପରେଶନ । ଗତ ୨ ବର୍ଷ ଭିତରେ ୬ଟି ମାମଲାରେ ୧୦ଟି କଲରାପତରିଆ ବାଘ ଚମଡ଼ା ଜବତ କରାଯାଇଛି । ଏହାକୁ ବିକ୍ରି କରୁଥିବା ପ୍ରାୟ ୨୦ରୁ ଅଧିକ ଏଜେଣ୍ଟକୁ ଗିରଫ ମଧ୍ୟ କରିଛନ୍ତି । 

ନଜର ପକାନ୍ତୁ, କିଛି ବାଘ ଚମଡ଼ା ଜବତ ଘଟଣା ଉପରେ...

(୧) ନୟାଗଡ଼ ଗଣିଆ ନିକଟ ଜଙ୍ଗଲରୁ ଜଣେ ଅଧ୍ୟାପକଙ୍କ ସମେତ ୨ ଅଭିଯୁକ୍ତ ଗିରଫ ହୋଇଥିଲେ । ତାଙ୍କ ନିକଟରୁ କ୍ରାଇମବ୍ରାଞ୍ଚ ୨ଟି ବାଘ ଛାଲ ଓ ୨ଟି ହରିଣ ଛାଲ ଜବତ  କରିଥିଲା । 

(୨) ଜୁଲାଇ ୨୦୧୯ରେ ଦେବଗଡ଼ରୁ ଜଣେ ଜେଲ ୱାର୍ଡର ଓ ଜଣେ କନଷ୍ଟେବଳ ଏପରି ଘଟଣାରେ ଗିରଫ ହୋଇଥିଲେ । ସେମାନଙ୍କ ପାଖରୁ ବାଘ ଛାଲ ଜବତ କରାଯାଇଥିଲା ।

(୩) ମାର୍ଚ୍ଚ ୨୭, ୨୦୧୯ । କଳାହାଣ୍ଡି ପୋଖରୀବନ୍ଧ ଅଞ୍ଚଳରୁ ମୋଟର ସାଇକେଲରେ ଯାଉଥିବା ବାଘ ଛାଲ ବ୍ୟବସାୟୀଙ୍କୁ ଗିରଫ କରିଥିଲା ବିଶ୍ୱନାଥପୁର ପୋଲିସ । ସେମାନଙ୍କ ବାଇକରୁ ଜବତ ହୋଇଥିଲା ବାଘ ଚମଡ଼ା ।

(୪) ମାର୍ଚ୍ଚ ୧୫ ,୨୦୧୯ । ସମ୍ବଲପୁର କୁଚିଣ୍ଡାର ଏକ ହୋଟେଲରେ ରେଡ କରି ୪ ବାଘ ଛାଲ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ । 

(୫) ନଭେମ୍ବର ୨୬, ୨୦୧୮ । କଟକ ଆଠଗଡ ଅଞ୍ଚଳରୁ ଜଣେ ଶିକାରୀକୁ ଗିରଫ କରିଥିଲା ବନ ବିଭାଗ । ଗୋଟାଏ ବାଘ ଛାଲ ମଧ୍ୟ ଜବତ ହୋଇଥିଲା । 

କେମିତି ହୁଏ ବାଘ ଛାଲ ଚାଲାଣ ?

ରାଜ୍ୟ ଭିତରୁ ଧରାପଡୁଥିବା ଏହି ସବୁ ଛାଲକୁ ରାଜ୍ୟ ବାହାରେ ଥିବା ଏଜେଣ୍ଟଙ୍କ ଜରିଆରେ ବିଦେଶକୁ ପଠାଯାଇଥାଏ । ଶିକର ବେଳେ ୧୦ କୋଡିଏ ହଜାର ଟଙ୍କାରେ ଆସୁଥିବା ଏହି ବାଘ ଛାଲ ବିଭିନ୍ନ ଏଜେଣ୍ଟ ଜରିଆରେ ଦେଶ ବାହାରକୁ ଗଲା ବେଳେ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କାରେ ପହଞ୍ଚିଥାଏ । ବାଘ ଛାଲରୁ ଦୋକାନୀ ବ୍ୟାଗ, ଡ୍ରେସ ଆଦି ତିଆରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ବେପାରୀ । ବିଦେଶରେ ଭାରତୀୟ ବନ୍ୟଜନ୍ତୁଙ୍କ ଚମଡ଼ାର ଚାହିଦା ଅଧିକ ରହିଛି । ତେଣୁ ସେଠାର ବେପାରୀ ଓଡିଶାର ଶିକରୀଙ୍କ ସହ ଯୋଗାଯୋଗରେ ଥାଆନ୍ତି । 

About the Author