Labour Problem: କୋରୋନା ମାଡରେ ଘାଇଲା କୃଷକ ଏବଂ ଶ୍ରମିକ
Advertisement

Labour Problem: କୋରୋନା ମାଡରେ ଘାଇଲା କୃଷକ ଏବଂ ଶ୍ରମିକ

କୋରୋନା ମାଡରେ ଘାଇଲା ହୋଇ ପଡିଛନ୍ତି ଉଭୟ କୃଷକ ଏବଂ ଶ୍ରମିକ । 

Labour Problem: କୋରୋନା ମାଡରେ ଘାଇଲା କୃଷକ ଏବଂ ଶ୍ରମିକ

ଅଜୟ କୁମାର ନାଥ, ସମ୍ବଲପୁର  

Labour Problem: କୃଷି ଶ୍ରମିକ ଅଭାବ କାରଣରୁ ଅସୁବିଧାରେ ଚାଷୀ। ଚାଷ କାମରେ ଆବଶ୍ୟକ ଥିବା କୃଷି ଶ୍ରମିକଙ୍କ ଅଭାବ ଏବେ ଦେଖିବାକୁ ମିଳୁଛି । ଲକ ଡାଉନ ଓ ସଟ ଡାଉନ କାରଣରୁ ବାହାରୁ ଆସୁନାହାଁନ୍ତି ଶ୍ରମିକ । ଯାହାର ଫଳ ସ୍ୱରୂପ ଶ୍ରମିକ ଅଭାବ କାରଣରୁ ଚାଷ କାର୍ଯ୍ୟ କରିବା ଲାଗି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି ଚାଷୀ। ନିର୍ଦ୍ଦୟ କୋରୋନାର ଫାଶରେ ବଳିପଡିଛି ଚାଷୀର ଭାଗ୍ୟ । ଅସହାୟ ହୋଇପଡିଛି ଶ୍ରମିକ । କୃଷକ ଶ୍ରମିକଙ୍କ ଦେଖାନଥିବାରୁ ଚାଷବାସ ପ୍ରଭାବିତ ହେବାରେ ଲାଗିଛି। 

ସେପଟେ, କୃଷି ଶ୍ରମିକ ମଧ୍ୟ କାମଧନ୍ଦା ନପାଇ ଆର୍ଥକ ଅନାଟନରେ କାଳାତିପାତ କରୁଛି । ଶ୍ରମିକଙ୍କ ପାଦରେ କୋରୋନା ବେଡି । ଚାଷବାସ ସମୟରେ ମାଡି ବସିଛି ମହାମାରୀ ଭୟ । ଚାଷ ଋତୁରେ ଦିନ ରାତି ଏକ କରି ଜମିରେ ଲୋଟି ପଡୁଥିବା କୃଷକ ଆଜି କୋରୋନା ଦାଉରେ ଭାଙ୍ଗି ପଡିଛି । ପ୍ରଥମରୁ କୋରୋନା ଲାଗି ଚାଷ କାର୍ଯ୍ୟ ବିଳମ୍ବ ହୋଇଛି, ପୁଣି ଏପଟେ ଶ୍ରମିକ ଅଭାବ ଯୋଗୁଁ ଆଗକୁ ଜମି ପଡିଆ ପଡିବ ବୋଲି ଚାଷୀଙ୍କୁ ଚିନ୍ତା ଘାରିଲାଣି।

ଚାଷ କାମ ଲାଗି ଚାଷୀ ତରତର ହେଉଛି, ହେଲେ ଶ୍ରମିକଙ୍କ ଦେଖା ନାହିଁ ।  ସରକାର କୋରୋନା କଟକଣାରୁ ଚାଷ କାର୍ଯ୍ୟକୁ ବାଦ ଦେଇଛନ୍ତି। ହେଲେ ଚାଷ କିପରି ହେବେ ସେନେଇ କାହାର ନିଘା ନାହିଁ । କୋରୋନା ପାଇଁ ବିଭିନ୍ନ ଜିଲ୍ଲାରେ ଲକଡାଉନ  ଆଉ ସଟଡାଉନ । କେହି କୁଆଡେ ଯିବା ଆସିବା କରି ପାରୁନାହାଁନ୍ତି । ଫଳରେ ଚାଷକାମରେ ଆହୁରି ବିଳମ୍ବ ହେବା ସହ ଶ୍ରମିକଙ୍କ ରୋଜଗାର ମଧ୍ୟ ଠପ ହୋଇପଡିଛି। ପୂର୍ବରୁ ଜମିରେ କାମ କରି ଦିନକରେ ଜଣେ ଶ୍ରମିକ ୪୦୦ ଟଙ୍କା ରୋଜଗାର କରୁଥିଲା। ଆଉ ଏବେ ଶ୍ରମିକଙ୍କ ରୋଜଗାରର ବାଟ ମଧ୍ୟ ହୋଇପଡିଛି ।

ହେଲେ ଏବେ ଚାରି ଆଡୁ କାମଧନ୍ଦା ବନ୍ଦ । ସମ୍ବଲପୁର ଜିଲ୍ଲାର ଚାଷୀ ଧାନ ରୁଆ ପାଇଁ ଛତିଶଗଡ, ପଦ୍ମପୁର, ବଲାଙ୍ଗୀରର କୃଷକ ଶ୍ରମିକଙ୍କ ଉପରେ ନିର୍ଭର କରିଥାନ୍ତି । ହେଲେ ବର୍ତ୍ତମାନ କେଉଁ ଜିଲ୍ଲାର ସଟଡାଉନ ଓ କେଉଁଠି ଲକଡାଉନ ଲାଗୁ ହୋଇଛି । ଏପରି ସ୍ଥିତି ଅନ୍ୟ ସ୍ଥାନରୁ ଶ୍ରମିକ ସମ୍ବଲପୁର ଜିଲ୍ଲାକୁ ଆସିପାରୁ ନାହାଁନ୍ତି । ଅନେକ ସରପଞ୍ଚ ମଧ୍ୟ ନିଜ ଅଞ୍ଚଳର ଶ୍ରମିକଙ୍କୁ ଅନ୍ୟତ୍ର ପଠାଇବାକୁ ବାରଣ କରୁଛନ୍ତି । ପୂର୍ବରୁ ୨୦ ଏକର ଜମିରେ ୨୦-୨୫ ଶ୍ରମିକ ନିୟୋଜିତ ହେଉଥିଲେ । ହେଲେ ଏବେ ୧୦ ଜଣ ଶ୍ରମିକରେ କାମ ଚଳାଇବାକୁ ପଡୁଛି । ଫଳରେ ଆଗକୁ ସମ୍ବଲପୁର ଜିଲ୍ଲାରେ ଶହଶହ ଚାଷ ଜମି ପଡିଆ ପଡିବ ବୋଲି ଚାଷୀ ଚିନ୍ତା ପ୍ରକଟ କଲେଣି ।

କୋରୋନା ପାଇଁ ପୂର୍ବରୁ ଚାଷକାର୍ଯ୍ୟରେ ବିଳମ୍ବ ହୋଇଛି । ଆଉ ଆଗକୁ ଯଦି ସରକାର ଏଥିପାଇଁ ଠୋସ ପଦକ୍ଷେପ ନ ନିଅନ୍ତି, ତାହେଲେ ଖାଦ୍ୟ ଅଭାବ ନିଶ୍ଚୟ ଦେଖାଦେବ ଏଥିରେ ସନ୍ଦେହ ନାହିଁ ।