ଆଜି ରଥଯାତ୍ରା ବନ୍ଦ ନେଇ ପ୍ରତିକ୍ରିୟା ଦେବା ସମୟରେ ପୁରା ଭାବବିହ୍ୱଳ ହୋଇପଡ଼ିଥିଲେ କଂଗ୍ରେସର ଏହି ବରିଷ୍ଠ ନେତା ।
Trending Photos
)
ଚନ୍ଦନ ପାଇକରାୟ, ଭୁବନେଶ୍ୱର: ସବୁବେଳେ ମଜାଳିଆ କଥା କହି ଲୋକଙ୍କୁ ହସାଉଥିବା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ଆଖିରେ ଲୁହ । କୋରୋନାକୁ ଆଖି ଆଗରେ ରଖି ଦେଶର ସର୍ବୋଚ୍ଚ ଅଦାଲତ ଚଳିତ ବର୍ଷ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ଏହି ନିଷ୍ପତ୍ତିରେ ପୁରା ଭାଙ୍ଗି ପଡ଼ିଛନ୍ତି ସୁର । ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି ।
ସୁରଙ୍କ ଆଖିରେ ଲୁହ । ଭୋ ଭୋ ହୋଇ କାନ୍ଦିଲେ କଂଗ୍ରେସ ବିଧାୟକ । ଚଳିତ ବର୍ଷ ରଥ ଗଡ଼ିବନି କି ସେ ନିଜେ ରଥ ଟାଣିପାରିବେନି । ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୬୫ ବର୍ଷ ହେଲା ରଥ ଟାଣୁଥିଲେ । ହେଲେ ଚଳିତ ବର୍ଷ କୋରୋନା ସାଜିଛି କାଳ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ରଥଯାତ୍ରା ହେବନି । ଆଉ କୋର୍ଟଙ୍କ ଏଭଳି ନିଷ୍ପତ୍ତି ଆସିବା ପରେ ନିଜ କୋହକୁ ସମ୍ଭାଳିପାରିନାହାଁନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ରଥଯାତ୍ରା ହେଉନଥିବା ଶୁଣି ରାତିସାରା ଶୋଇପାରିନଥିବା କହିଛନ୍ତି ସୁର ।
ଆଜି ରଥଯାତ୍ରା ବନ୍ଦ ନେଇ ପ୍ରତିକ୍ରିୟା ଦେବା ସମୟରେ ପୁରା ଭାବବିହ୍ୱଳ ହୋଇପଡ଼ିଥିଲେ କଂଗ୍ରେସର ଏହି ବରିଷ୍ଠ ନେତା । ଯଦି ରଥ ବନ୍ଦ କରିବାର ଥିଲା, ତେବେ ନିର୍ମାଣ କାହିଁକି କରୁଥିଲ ? କୋରୋନା ସଙ୍କଟ ସତ୍ତ୍ୱେ ପୋଲିସ ଓ ସେବାୟତଙ୍କ ଗହଣରେ ରଥ ହେବ ବୋଲି ଆଶାଟିଏ କାହିଁକି ଦେଇଥିଲ ବୋଲି ପ୍ରଶ୍ନ କରିଛନ୍ତି ସୁର ରାଉତରାୟ ।