ଲକ୍ ଡାଉନ୍ ଯୋଗୁଁ ରେଳବାଇ କୁଲିଙ୍କ ପେଟପାଟଣା ପ୍ରଭାବିତ
Advertisement
Article Detail0/zeeodisha/odisha662311

ଲକ୍ ଡାଉନ୍ ଯୋଗୁଁ ରେଳବାଇ କୁଲିଙ୍କ ପେଟପାଟଣା ପ୍ରଭାବିତ

ଏହାକୁ ଦୄଷ୍ଟିରେ ରଖି ସରକାରଙ୍କ ତରଫରୁ ସହାୟତା ରାଶି ଓ ଖାଦ୍ୟ ସାମଗ୍ରୀ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି । ତେବେ ଏଥିରୁ ବଞ୍ଚିତ ହୋଇଛନ୍ତି ସମ୍ବଲପୁର କ୍ଷେତରାଜପୁର ରେଲଷ୍ଟେସନର ଲାଇସେନ୍ସ ପ୍ରାପ୍ତ କୁଲି । ଏମିତି ଅଭିଯୋଗ ଆଣିଛନ୍ତି ସମ୍ବଲପୁରର ପ୍ରାୟ ୫0 ଜଣ କୁଲି ।

ଲକ୍ ଡାଉନ୍ ଯୋଗୁଁ ରେଳବାଇ କୁଲିଙ୍କ ପେଟପାଟଣା ପ୍ରଭାବିତ

ସମ୍ୱଲପୁର: କୋରୋନା ଭୂତାଣୁ ବା କୋଭିଡ-19 ପାଇଁ ଦେଶରେ ଜାରି ରହିଛି ଲକ୍ ଡାଉନ୍ । ପ୍ରାୟ ଗୋଟିଏ ସପ୍ତାହରୁ ଉର୍ଦ୍ଧ୍ୱ ହେବ ସାରା ଦେଶରେ ସବୁ କିଛି ବନ୍ଦ ରହିଛି । ଏହା ବହୁ ଲୋକଙ୍କ ଜୀବିକାକୁ ପ୍ରଭାବିତ କରୁଛି ।  ସମ୍ବଲପୁରରେ ମଧ୍ୟ ଲକ୍ ଡାଉନର ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସବୁ ଖୋଲା ରହିଛି । ଏଥିପାଇଁ ବହୁତ ଲୋକଙ୍କ ପେଟପାଟଣା ପ୍ରଭାବିତ ହୋଇଛି ।

ଏହାକୁ ଦୄଷ୍ଟିରେ ରଖି ସରକାରଙ୍କ ତରଫରୁ ସହାୟତା ରାଶି ଓ ଖାଦ୍ୟ ସାମଗ୍ରୀ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି । ତେବେ ଏଥିରୁ ବଞ୍ଚିତ ହୋଇଛନ୍ତି ସମ୍ବଲପୁର କ୍ଷେତରାଜପୁର ରେଲଷ୍ଟେସନର ଲାଇସେନ୍ସ ପ୍ରାପ୍ତ କୁଲି । ଏମିତି ଅଭିଯୋଗ ଆଣିଛନ୍ତି ସମ୍ବଲପୁରର ପ୍ରାୟ ୫0 ଜଣ କୁଲି ।

ଦୁର୍ଦ୍ଦିନରେ ସମ୍ବଲପୁର ରେଲଷ୍ଟେସନର କୁଲି ସମୂହ । ଯିଏ ଦିନେ ଅନ୍ୟର ବୋଝକୁ ନିଜ ମୁଣ୍ଡକୁ ନେଇ ଅନ୍ୟର ମୁଣ୍ଡର ବୋଝ  ହାଲୁକା କରୁଥିଲେ ଆଜି ତାଙ୍କର ପେଟପାଟଣା ବିପଦରେ ପଡିଯାଇଛି । ଏହାର ମୁଖ୍ୟ କାରଣ କୋଭିଡ-19 ଜନିତ ଲକ୍ ଡାଉନ୍ ପରିସ୍ଥିତି । ଗତ ୯ ଦିନ ହେଲା ସବୁ ଟ୍ରେନ ବାତିଲ ହୋଇ ଯାଇଥିବା ବେଳେ ଖାଲିପଡିଛି  ରେଳଷ୍ଟେସନ । ଫଳରେ ଯାତ୍ରି ଶୂନ୍ୟ ରେଲଷ୍ଟେସନରେ ଏମାନଙ୍କ ପେଟପାଟଣାର ମାଧ୍ୟମ ମଧ୍ୟ ବନ୍ଦ ହୋଇଯାଇଛି । ଏମାନେ ସମସ୍ତେ ଦିନ ମଜୁରିଆ । ଦୈନିକ ରୋଜଗାର କଲେ ଯାଇ ତାଙ୍କ ପରିବାରର ଚୂଲା ଜଳିଥାଏ । ତେବେ ଗତ ନଅଦିନ ହେଲା ଏମାନଙ୍କ ରୋଜଗାର ବନ୍ଦ, ଯାହା ସଞ୍ଚୟ ଥିଲା ତାହା ମଧ୍ୟ ସରିଯାଇଛି । ଏଭଲି ପରିସ୍ଥିତିରେ ବୁଲା କୁକୁର ଓ  ପଶୁଙ୍କ  ଖାଇବା ପାଇ ବ୍ୟବସ୍ଥା କରାଯାଉଥିବା ବେଲେ ଏମାନଙ୍କ କଥା କାହିଁକି ବୁଝାଯାଉନାହି ବୋଲି ଏମାନେ ଅଭିଯୋଗ କରିଛନ୍ତି ।

;