)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଆସୁଛି ଆଉ ଏକ ବଡ ବର୍ଷା । ଆସନ୍ତା ୨୨ ଯାଏ ବର୍ଷା ସତର୍କତା । ଉତ୍ତର ପୂର୍ବ ବଙ୍ଗୋପସାଗର (North-East Bay of Bengal), ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୦ ତାରିଖ ସୁଦ୍ଧା ଏକ ଲଘୁଚାପ (Low Pressure) ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (BBSR Regional Meteorological Center) ପକ୍ଷରୁ ପୂର୍ବାନୁମାନ ଅନୁଯାଇ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ-ଉପକୂଳ ଓଡିଶାର (Internal-Coastal Odisha) କିଛି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଆସନ୍ତା ୧୨ ଘଣ୍ଟାରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡା, ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହା ପରେ ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ତାରିଖରୁ ପାଗରେ ପରିବର୍ତ୍ତନ ହେବା ସହ ୨୧ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ (Yellow-Orange Warning) ଜାରି କରାଯାଇଛି । ଏହା ସହ ସମୁଦ୍ର ଅଶାନ୍ତ ରହିବା ସହ ୨୧-୨୨ ତାରିଖ ପର୍ଯ୍ୟନ୍ତ ମସ୍ତ୍ରଜୀବୀଙ୍କ (Fisherman) ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି । ଯେଉଁମାନେ ଗଭୀର ସମୁଦ୍ର ଅଛନ୍ତି ୨୦ ସୁଦ୍ଧା ଉପକୂଳ ଫେରିଆସିବାକୁ ପରାମର୍ଶ ଦିଆଯାଇଛି ।