ସିଲ୍ ହେଲା ମାର୍କେଟ ବିଲ୍ଡିଂ । ପ୍ରବଳ ଜନଗହଳିକୁ ଦେଖି ସିଲ୍ କଲା ବିଏମସି । ରଜ ବଜାରରେ କିଣାକିଣିରେ ଅଣାୟତ ଭିଡକୁ ଦେଖି ସଂପୂର୍ଣ୍ଣ ଭାବେ ସିଲ୍ କରିଛି ବିଏମସି । ସେପଟେ ଆଜି ସକାଳେ ୟୁନିଟ ଚାରି ଆମିଷ ମାର୍କେଟରେ ମାତ୍ରାଧିକ ଭିଡକୁ ଦେଖି ଫାଇନ ଆଦାୟ କରିଥିଲା ବିଏମସି । ଏହାସହ ପୂର୍ବାହ୍ନ ଓ ପରେ ଅପରାହ୍ନ ସମୟରେ ୟୁନିଟ
Trending Photos
)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ସିଲ୍ ହେଲା ମାର୍କେଟ ବିଲ୍ଡିଂ । ପ୍ରବଳ ଜନଗହଳିକୁ ଦେଖି ସିଲ୍ କଲା ବିଏମସି । ରଜ ବଜାରରେ କିଣାକିଣିରେ ଅଣାୟତ ଭିଡକୁ ଦେଖି ସଂପୂର୍ଣ୍ଣ ଭାବେ ସିଲ୍ କରିଛି ବିଏମସି । ସେପଟେ ଆଜି ସକାଳେ ୟୁନିଟ ଚାରି ଆମିଷ ମାର୍କେଟରେ ମାତ୍ରାଧିକ ଭିଡକୁ ଦେଖି ଫାଇନ ଆଦାୟ କରିଥିଲା ବିଏମସି । ଏହାସହ ପୂର୍ବାହ୍ନ ଓ ପରେ ଅପରାହ୍ନ ସମୟରେ ୟୁନିଟ ୨ ମାର୍କେଟ ବିଲ୍ଡିଂରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।
ପୂର୍ବାହ୍ନରେ ବିଏମସି, ବିଡିଏର ମିଳିତ ଏନଫୋର୍ସମେଣ୍ଟ ସ୍କାର୍ଡ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରିବା ସହ ଦୋକାନ ଓ ସପିଂ ମଲ୍ ଭିତରେ ଭିଡ଼ ନିୟନ୍ତ୍ରଣ କରିଥିଲା । ମାସ୍କ ଓ ସାମାଜିକ ଦୂରତା ସମେତ କୋଭିଡ-୧୯ ଗାଇଡ ଲାଇନ ପାଳନ ହେଉଛି କି ନାହିଁ ଯାଞ୍ଚ କରିଥିଲା ସ୍କ୍ବାର୍ଡ । ହେଲେ ଅପରାହ୍ନରେ ପ୍ରବଳ ଭିଡକୁ ଦେଖି ସିଲ୍ କରାଯାଇଛି । ସେପଟେ ଶେଷ ଦିନରେ ରଜ ସଜବାଜ ପାଇଁ ଆବଶ୍ୟକୀୟ ସାମଗ୍ରୀ ଘରକୁ ବୋହିନେଇଛନ୍ତି ଗ୍ରାହକ ।