Trending Photos
ଯଯାତି କେଶରୀ ମହାନ୍ତି, ଭୁବନେଶ୍ୱର: କୋରୋନା ପ୍ରକୋପ ମଧ୍ୟରେ ନିଜ ଜୀବନକୁ ପାଣି ଛଡ଼ାଇ ଆଗଧାଡ଼ିରେ ଲଢ଼ୁଥିବା ଯୋଦ୍ଧାଙ୍କୁ ସାରା ବିଶ୍ୱ ପ୍ରଣାମ କରୁଛି । ଆଉ ଏସବୁ ଭିତରେ କୋରୋନା ମୁକାବିଲାରେ ଯୋଦ୍ଧା ସାଜିବାକୁ ପ୍ରଥମ କରି ମୁଖ୍ୟମନ୍ତ୍ରୀଙ୍କୁ କିଛି ଲେଖିଛନ୍ତି ଗୋପାଳପୁର ବିଧାୟକ । ଅଫିସରଙ୍କ ଠାରୁ ଗ୍ରାମ୍ୟ କମିଟି ଓ ବିଧାୟକ ଗାଁ ଲୋକଙ୍କ ବିଷୟରେ ଅଧିକ ଜାଣିଥିବାରୁ ବିଧାୟକ ଭଲ ପରିଚାଳନା କରିପାରିବେ ଓ ସଙ୍ଗରୋଧ କେନ୍ଦ୍ରରେ ଅମାନିଆଙ୍କୁ ବି ସାବାଡ଼ କରିପାରିବେ ବୋଲି କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଯାହାକୁ କଂଗ୍ରେସ ସମର୍ଥନ କରିବା ସହ, କୋଭିଡ ମୁକାବିଲାରେ ବିଧାୟକଙ୍କୁ ଗୁରୁତ୍ୱ ଦେବାକୁ କହିଛନ୍ତି ତାରା ବାହିନୀପତି ।
ସେହିପରି ବିଧାୟକଙ୍କୁ ତାଙ୍କ କ୍ଷମତାର ଉପଯୋଗ କରିବା ଦରକାର ବୋଲି କହିଛନ୍ତି ବିଜେଡି ସାଂସଦ ମୁନା ଖାଁ । ସରିବ ଲକଡାଉନ 3.O । ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ଲକଡାଉନ । ଏହା ଭିତରେ ପଦାକୁ ବାହାରିବାକୁ ମନ ବଳାଇଛନ୍ତି ଲୋକ ପ୍ରତିନିଧି ତଥା ବିଧାୟକ । ଲକଡାଉନ ସମୟରେ ଲୋକ ପ୍ରତିନିଧିଙ୍କୁ ନେଇ ଅନେକ କଥା ଉଠିଥିବା ବେଳେ, ସୁରକ୍ଷା ଓ ସତେଚନତା ପାଇଁ ନିଜ ନିଜ ଘରେ ରହିଥିଲେ । ହେଲେ ପ୍ରବାସୀ ଫେରନ୍ତାଙ୍କ ପାଇଁ କୋରୋନା କାୟା ମେଲାଉଥିବା ବେଳେ, ପ୍ରଥମ କରି କୋଭିଡ ମୁକାବିଲାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଗୋପାଳପୁର ବିଧାୟକ ।
ବିଧାନସଭା କ୍ଷେତ୍ରରେ ବିଧାୟକଙ୍କୁ ନେଇ ଅନୁଧ୍ୟାନ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏଥି ସହ ଅଫିସରଙ୍କ ଠାରୁ ବିଧାୟକ ଗାଁ ଲୋକଙ୍କ ବିଷୟରେ ଅଧିକ ଜାଣିଥିବାରୁ ବିଧାୟକ ଭଲ ପରିଚାଳନା କରିପାରିବେ । ସଙ୍ଗରୋଧ କେନ୍ଦ୍ରରେ ଅମାନିଆଙ୍କୁ ବି ସାବାଡ଼ କରିପାରିବେ । ଏହା ସହ ଗଞ୍ଜାମ ଜିଲ୍ଲା ସ୍ଥିତି ଭୟଙ୍କର ହେଉଥିବାରୁ ଅନ୍ୟ ଜିଲ୍ଲାର ଡାକ୍ତର ଓ ପାରା ମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଉ ।
କୋରୋନା ଲଢ଼େଇର ପ୍ରତ୍ୟେକ୍ଷ ଯୋଦ୍ଧା ଭାବେ ବିବେଚିତ ଡାକ୍ତର ଓ ନର୍ସଙ୍କୁ ରୋଟେସନ ଭିତ୍ତିରେ ଡିଉଟି କରିବାକୁ ଦିଆଗଲେ, ସେମାନଙ୍କୁ ବିଶ୍ରାମ ମିଳିବା ସହ ନିଜ ପରିବାର ପାଇଁ ବି ସମୟ ଦେଇପାରିବେ । ଏଭଳି କିଛି ଗୁରୁତ୍ୱପୂର୍ଣ ପ୍ରସ୍ତାବ ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ । ଯାହାକୁ ସମର୍ଥନ କରିବା ସହ, ବିଧାୟକଙ୍କୁ ଗୁରୁତ୍ୱ ଦେବାକୁ କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।
ସେପଟେ ବିଧାୟକଙ୍କ ପ୍ରସାବକୁ ସ୍ୱାଗତ କରିଛନ୍ତି ସାଂସଦ ମୁନ୍ନା ଖାଁ । କ୍ଷମତାର ଠିକ ଭାବେ ଉପଯୋଗ କରିବା ଦରକାର । ଡାକ୍ତର ଓ ନର୍ସଙ୍କୁ ରୋଟେସନ ଭିତ୍ତିରେ ଡିଉଟି କରିବା କଥା ହେଉ କି ବିଧାନସଭା ଅନୁଧ୍ୟାନ କମିଟି କଥା, ଯାହାକି ବିଧାୟକଙ୍କ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ବିଜେଡି ସାଂସଦ । ଲୋକ ପ୍ରତିନିଧି ହେଉଛନ୍ତି ଜନତାଙ୍କତ ସବୁ କିଛି । ଆଉ ବିପଦ ସମୟରେ ଜନତାଙ୍କ ପାଖରେ ଠିଆ ହେବା ହେଉଛି ଲୋକ ପ୍ରତିନିଧିତ୍ୱ ଦାୟିତ୍ୱ ମଧ୍ୟ ।