ସର୍ବମୋଟ ୪ଟି ବସ୍ ପ୍ରତ୍ୟେକ ଦିନ ୩୩ଟି ବସ ଷ୍ଟପ୍ ଦେଇ ଯାତ୍ରା କରିବ । ପ୍ରଥମ ବସ୍ ଭୁବନେଶ୍ବରରୁ ସକାଳ ୭ଟାରେ ବାହରିବା ସହ ଶେଷ ବସ୍ ସଂଧ୍ୟା ୫ଟା ୫୦ରେ ପିପିଲି ଅଭିମୁଖେ ଯାତ୍ରା କରିବ ।
Trending Photos
)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଚାନ୍ଦୁଆ ନଗରୀ ପିପିଲିକୁ ଗଡିଲା 'ମୋ ବସ୍' । ଆଜି(ଗୁରୁବାର) ଠାରୁ ଭୁବନେଶ୍ୱରରୁ ପିପିଲି ଯାଏଁ ଗଡିଛି ସରକାରୀ 'ମୋ ବସ୍' । କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ପରିଚାଳିତ ମୋ ବସର ନୂଆ ରୁଟ୍ ନମ୍ବର ୩୩ ଭାବେ ଏହି ସ୍ଥାନକୁ ଯାତାୟତ କରିଛି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ରେଳ ଷ୍ଟେସନ ଠାରୁ ପିପିଲ ପର୍ଯ୍ୟନ୍ତ ୨୪.୮ କିଲୋମିଟର ଏହି ୩୩ ନମ୍ବର ରୁଟ୍ ସଂଯୋଗ କରିଛି ।
ସର୍ବମୋଟ ୪ଟି ବସ୍ ପ୍ରତ୍ୟେକ ଦିନ ୩୩ଟି ବସ ଷ୍ଟପ୍ ଦେଇ ଯାତ୍ରା କରିବ । ପ୍ରଥମ ବସ୍ ଭୁବନେଶ୍ବରରୁ ସକାଳ ୭ଟାରେ ବାହରିବା ସହ ଶେଷ ବସ୍ ସଂଧ୍ୟା ୫ଟା ୫୦ରେ ପିପିଲି ଅଭିମୁଖେ ଯାତ୍ରା କରିବ । ସେହିପରି ପିପିଲରୁ ପ୍ରଥମ ବସ୍ ସକାଳ ୭ଟା ୪୫ ଏବଂ ସଂଧ୍ୟା ୭ଟା ଶେଷ ବସ୍ ଭୁବନେଶ୍ବରକୁ ଯାତ୍ରା କରିବ । ବସ୍ ଟିକେଟର ମୂଲ୍ୟ ସର୍ବାଧିକ ୩୦ ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ପୂର୍ବରୁ ଗତ ୨୩ ତାରିଖରେ ଏହି ସେବା ଆରମ୍ଭ ହେବାକୁ ଥିବା ବେଳେ ପୁରୀ ଜିଲ୍ଲା ସଟ୍ ଡାଉନ ହେତୁ ଆଜି ଠାରୁ ଶୁଭାରମ୍ଭ ହୋଇଛି । ପ୍ରଥମ ଦିନରେ ବସ୍ ଭିତରେ ଚାନ୍ଦୁଆରେ ସଜା ଯାଇ ପୂର୍ଜାର୍ଚ୍ଚନା କରି ଯାତ୍ରା ଆରମ୍ଭ ।