କାଲିଠୁ ଗଡିବ 'ମୋ ବସ୍'
Advertisement
Article Detail0/zeeodisha/odisha686383

କାଲିଠୁ ଗଡିବ 'ମୋ ବସ୍'

ବସରେ ଠିଆ ହୋଇ ଯାତ୍ରୀ ଯାଇପାରିବେ ନାହିଁ । ଟିକେଟ୍ ସଠିକ ମୂଲ୍ୟ ମୁତାବକ ଖୁଚୁରା ଦେବାକୁ କୁହାଯାଇଛି । 

କାଲିଠୁ ଗଡିବ 'ମୋ ବସ୍'

ଭୁବନେଶ୍ୱର: ଲକଡାଉନ୍ ମଧ୍ୟରେ କାଲି ଠାରୁ ଗଡିବ ମୋ ବସ୍ । ସ୍ମାର୍ଟ ସିଟି ଭୁବନେଶ୍ବରରେ ଆସନ୍ତାକାଲି ଠାରୁ ସ୍ବାଭାବିକ ହେବ ମୋ ବସ୍ ସେବା । ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ୭ଟି  ରୁଟରେ ବିନା ଶୀତତାପ ନିୟନ୍ତ୍ରୀତ ବସ୍ ଚାଲିବ । ଏହାସହ ମାସ୍କ ପିନ୍ଧିଥିବା ବ୍ୟକ୍ତି ହିଁ ଯାତ୍ରା କରିପାରିବେ ବୋଲି ଏହାର ପରିଚାଳକ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍  ପକ୍ଷରୁ ସୂଚନା ଦିଆଯାଇଛି ।

ବସରେ ଠିଆ ହୋଇ ଯାତ୍ରୀ ଯାଇପାରିବେ ନାହିଁ । ଟିକେଟ୍ ସଠିକ ମୂଲ୍ୟ ମୁତାବକ ଖୁଚୁରା ଦେବାକୁ କୁହାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ଠାରୁ ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏଁ ଏହି ସେବା ଚାଲିବ । ତେବେ କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ନିୟମିତ ଭାବେ ବସକୁ ବିଶୋଧନ କରାଯିବ । ସେହିପରି ଆଗାମୀ ଦିନରେ ବସ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି ।

;