ସ୍ମାର୍ଟ ସିଟି ଭୁବନେଶ୍ୱରରେ ପ୍ରଚଳିତ ମୋ ସାଇକେଲ୍ ସେବା ଆସନ୍ତା ୧୮ ତାରିଖ ସୋମବାର ଠାରୁ ପୁନର୍ବାର ସେବା ଯୋଗାଇବ । ଏନେଇ କ୍ୟାପିଟାଲ୍ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।
Trending Photos
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଲକଡାଉନ୍ ମଧ୍ୟରେ ଭୁବନେଶ୍ୱରରେ ସୋମବାରରୁ ଆରମ୍ଭ ହେବ ମୋ ସାଇକେଲ ସେବା । ମୋବାଇଲରେ ଆସିବ ସାନିଟାଇଜ ଅପଡେଟ୍ । ସ୍ମାର୍ଟ ସିଟି ଭୁବନେଶ୍ୱରରେ ପ୍ରଚଳିତ ମୋ ସାଇକେଲ୍ ସେବା ଆସନ୍ତା ୧୮ ତାରିଖ ସୋମବାର ଠାରୁ ପୁନର୍ବାର ସେବା ଯୋଗାଇବ । ଏନେଇ କ୍ୟାପିଟାଲ୍ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।
ଯାହାଦ୍ୱାରା ରାଜଧାନୀବାସୀଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ହୋଇପାରିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି । ତେବେ ଏଥିରେ ରାଇଡ୍ କଲେ ଆସନ୍ତା ୩୦ ଯାଏଁ ନିଃଶୁଳ୍କ ରିହାତି ଯୋଗାଇଦିଆଯିବ ବୋଲି ଘୋଷଣା କରାଯାଇଛି । ଗୋଟିଏ ଦିନରେ ବ୍ୟବହାରକାରୀ ଅନେକଥର ଯାତ୍ରା କରିବା ସହ ଏକକାଳୀନ ମାଗଣାରେ ସର୍ବାଧିକ ୩୦ ମିନିଟ ରାଇଡ୍ କରିପାରିବେ । ଏହାପରେ ପ୍ରଚଳିତ ଭଡା ଲାଗିବ । ତେବେ ପ୍ରାଥମିକ ପର୍ଯ୍ୟାୟରେ ୫୦ଟି ସ୍ଥାନରେ ୩୦୦ ସାଇକେଲ ଉପଲବ୍ଧ ହେବ । ଯାହାକୁ ନିୟମିତ ଭାବେ ବିଶୋଧନ ମଧ୍ୟ କରାଯିବ । ସାଇକେଲ୍ ଭଡା, ଶେଷ ବିଶୋଧନ ସମୟ ଏ ସମସ୍ତ ତଥ୍ୟ ମୋବାଇଲ ଆପ୍ ରେ ଉପଲବ୍ଧ କରାଯିବ ।