ଅନଲାଇନ୍ ପାଠ ପଢା ସମୟରେ ଅଘଟଣ, ଫାଟିଲା ମୋବାଇଲ
Advertisement
Article Detail0/zeeodisha/odisha719514

ଅନଲାଇନ୍ ପାଠ ପଢା ସମୟରେ ଅଘଟଣ, ଫାଟିଲା ମୋବାଇଲ

ଛାତ୍ରୀଙ୍କ ହାତରେ ଆଘାତ ଲାଗିଛି । ଏଭଳି ଅଭାବନୀୟ ଘଟଣା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଡିଜାଇନ୍ ଫଟୋ
ଡିଜାଇନ୍ ଫଟୋ

ସଞ୍ଜୟ କୁମାର ମହାପାତ୍ର, ପୁରୀ: ଅନଲାଇନ୍ ପାଠ ପଢା ସମୟରେ ଅଘଟଣ ଘଟିଛି । ଫାଟିଲା ମୋବାଇଲ, ସାମାନ୍ୟ ଆହତ ହୋଇଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ବାଲିଘାଇ ଆଦର୍ଶ ନଗର ଅଞ୍ଚଳରେ । ଆଜି(ମଙ୍ଗଳବାର) ସକାଳେ ଅନଲାଇନରେ ପାଠ ପଢୁ ଥିଲା ଆଦର୍ଶ ନଗର ଅଞ୍ଚଳର ବିଦ୍ଯାଧର ପଲେଇଙ୍କ ଝିଅ ରୁପସା । ପାଠ ପଢୁଥିବା ସମୟରେ ହଠାତ ଫାଟିଥିଲା ମୋବାଇଲ । ଛାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ।

ଛାତ୍ରୀଙ୍କ ହାତରେ ଆଘାତ ଲାଗିଛି । ଏଭଳି ଅଭାବନୀୟ ଘଟଣା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କୋରୋନା ସମୟରେ ସ୍କୁଲ କଲେଜ ବନ୍ଦ ରହିଛି । ଅନଲାଇନରେ ଚାଲିଛି ପାଠପଢା । ଏହି ସମୟରେ ଶିକ୍ଷା ବ୍ଯବସ୍ଥା ଉପରେ ଏହାର ବଡ ପ୍ରଭାବ ପଡିବା ଆଶଙ୍କା ସୃଷ୍ଟି ହୋଇଛି ।

;