ଏହାସହ ଆସନ୍ତା ୨୮ ତାରିଖ ସୁଦ୍ଧା ସମଗ୍ର ଦେଶରୁ ମୌସୁମୀ ବାୟୁ ଫେରିବାର ସମ୍ଭାବନା ରହିଛି।
Trending Photos
)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଓଡିଶା ଛାଡୁଛି ମୌସୁମୀ ବାୟୁ (Monsoon)। ଆସନ୍ତା ୪୮ ଘଣ୍ଟାରେ ପୂରା ରାଜ୍ୟ ଛାଡିବ। ସୋମବାର (ଅକ୍ଟୋବର ୨୬, ୨୦୨୦) ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାହାର ପ୍ରକ୍ରିୟା।
ଆଜି ଅଧା ଓଡିଶା ସୁନ୍ଦରଗଡ (Sundergarh), ଝାରସୁଗୁଡା (Jharsuguda), ଦେଓଗଡ (Deogarh), ସମ୍ବଲପୁର (Sambalpur), ବରଗଡ (Bargarh), ସୁବର୍ଣ୍ଣପୁର (Subarnapur), ବଲାଙ୍ଗିର (Balangir), ନୂଆପଡା (Nuapada) ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ଏବଂ ୮ ଜିଲ୍ଲା ମୟୂରଭଞ୍ଜ (Mayurbhanj), କେଉଁଝର (Keonjhar), ଅନୁଗୁଳ (Angul), ବୌଦ୍ଧ (Boudh), କନ୍ଧମାଳ (Kandhamal), କଳାହାଣ୍ଡି (Kalahandi), ନବରଙ୍ଗପୁର (Nawarangpur), କୋରପୁଟ (Koraput) ଜିଲ୍ଲାର କିଛି ଅଞ୍ଚଳରୁ ମୌସୁମୀ ବାୟୁ ପ୍ରତ୍ୟାହାର ହୋଇଛି।
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବଳକା ଅଂଶରୁ ଫେରିବା ନେଇ ପାଗ ଅନୂକୁଳ ରହିଛି। ଏହାସହ ଆସନ୍ତା ୨୮ ତାରିଖ ସୁଦ୍ଧା ସମଗ୍ର ଦେଶରୁ ମୌସୁମୀ ବାୟୁ ଫେରିବାର ସମ୍ଭାବନା ରହିଛି। ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କୌଣସି ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରାଯାଇନଥିବା ବେଳେ ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ କେବଳ ଗଜପତି (Gajpati), ଗଞ୍ଜାମ (Ganjam), ରାୟଗଡା (Raygada), କୋରାପୁଟ (Koraput), ମାଲକାନଗିରି (Malkangiri) ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ବାକି ସ୍ଥାନରେ ପାଗ ପ୍ରାୟତଃ ଶୁଖିଲା ରହିବ।