ପୁରୀରେ ବଢୁଛି କୋରୋନା ସଂକଟ, ଦ୍ୱନ୍ଦ୍ୱରେ ରଥଯାତ୍ରା
Advertisement
Article Detail0/zeeodisha/odisha681608

ପୁରୀରେ ବଢୁଛି କୋରୋନା ସଂକଟ, ଦ୍ୱନ୍ଦ୍ୱରେ ରଥଯାତ୍ରା

ହୁ ହୁ ହୋଇ ରାଜ୍ୟରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ପୁରୀରେ ବଢୁଛି କୋରୋନା ସଂକଟ, ଦ୍ୱନ୍ଦ୍ୱରେ ରଥଯାତ୍ରା

ଭୁବନେଶ୍ୱର: ଗୋଟିଏ ପଟେ ରଥନିର୍ମାଣ କାମ ଜୋରସୋରରେ ଚାଲିଥିବା ବେଳେ କୋରୋନା ଆକ୍ରାନ୍ତ ଚିନ୍ତା ବଢ଼ାଇଲେଣି । କାହିଁକିନା ପୂର୍ବରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ପୁରୀରେ ଆଜି ଆଉ ଅନ୍ୟ ୧୦ଟି ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଆଜିର ପ୍ରଥମ ରିପୋର୍ଟରୁ ରାଜ୍ୟରେ ୬୧ ନୂଆ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି । 

ରାଜ୍ୟରେ ନୂଆ ୪୮ଟି ମାମଲା ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଛି । ନୂଆ ମାମଲା ମଧ୍ୟରେ ଗଞ୍ଜାମରେ ୧୨, ବାଲେଶ୍ୱରରେ ୧୨, ପୁରୀରେ ୧୦, ଭଦ୍ରକରେ ୬, ନୟାଗଡ଼ରେ ୩, ଯାଜପୁରରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ସୁନ୍ଦରଗଡ଼, ଦେବଗଡ଼ ଏବଂ  କଟକରୁ ଗୋଟିଏ ଲେଖାଏଁ ନୂଆ ମାମଲା ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଜଣାପଡ଼ିଛି । 

ନଜର ପକାନ୍ତୁ ରାଜ୍ୟ କୋରୋନା ଡ୍ୟାସବୋର୍ଡ ଉପରେ । ରାଜ୍ୟରେ ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ ରହିଛି । ସେହିପରି ବାଲେଶ୍ୱରରେ ୧୦୨, ଯାଜପୁରରେ ୯୦, ଖୋର୍ଦ୍ଧାରେ ୫୩, ଭଦ୍ରକରେ ୪୬, ସୁନ୍ଦରଗଡ଼ରେ ୨୬, ଅନୁଗୋଳରେ ୧୫, କେନ୍ଦ୍ରାପଡ଼ାରେ ୨୨ ଓ ମୟୂରଭଞ୍ଜରେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଅନ୍ୟପଟେ ଜଗତସିଂହପୁର(୫), ପୁରୀ(୧୪), ବୌଦ୍ଧ(୪), କେନ୍ଦୁଝର(୪), କଟକ(୪), କଳାହାଣ୍ଡି(୨), ବଲାଙ୍ଗୀର(୨), ଝାରସୁଗୁଡ଼ା(୨), ନୟାଗଡ଼(୪), ଦେବଗଡ଼(୨), କୋରାପୁଟ(୧), ଢେଙ୍କାନାଳ(୧)ରୁ ମଧ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

;