)
ଭୁବନେଶ୍ୱର: କ୍ରମାଗତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହି ସମୟରେ ଚିନ୍ତା ବଢାଇଛନ୍ତି ପଶ୍ଚିମବଙ୍ଗ ଫେରୁଥିବା ପ୍ରବାସୀ ଓଡ଼ିଆମାନେ । ପ୍ରାୟ ଦିନ ପଶ୍ଚିମବଙ୍ଗରୁ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରୁଛନ୍ତି । ଏମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିଜ ଗାଁକୁ ଫେରିବାରେ ଲାଗିଛନ୍ତି । ଫଳରେ ରାଜ୍ୟ ସରକାର ତଥା ରାଜ୍ୟବାସୀ ପାଇଁ ଚିନ୍ତାର କାରଣ ପାଲଟିଛି ।
ଏହି କ୍ରମରେ ଭୁବନେଶ୍ୱରେ ପଶ୍ଚିମବଙ୍ଗ ଫେରନ୍ତା । ପଶ୍ଚିମବଙ୍ଗରୁ ଖୋର୍ଦ୍ଧା ଜିଲ୍ଲାକୁ ୨୫୦ରୁ ଉର୍ଦ୍ଧ୍ଵ ଲୋକ ଆସିଛନ୍ତି । ଏବେ ହୋମ କ୍ୱାରେଣ୍ଟାଇନରେ ସମସ୍ତଙ୍କୁ ରଖାଯାଇଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଲୋକଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଉଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଉପଜିଲ୍ଲାପାଳ । ତେବେ ବିଏସଏନଏଲ ପକ୍ଷରୁ ମୋବାଇଲ ନମ୍ବର ଟ୍ରାକିଂରୁ ସମସ୍ତ ତଥ୍ୟା ଜଣାପଡିବା ପରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ NRHM ନିର୍ଦେଶିକା । ଚିଠି ପାଇବା ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ହୋମ କ୍ୱାରେଣ୍ଟାଇନରେ ରଖିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଉପଜିଲ୍ଲାପାଳ ।