Advertisement
Article Detail0/zeeodisha/odisha692223
Zee OdishaOdisha Khabarସୀମାରୁ ବିମାନରେ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିଲେ ରାଜ୍ୟ ସରକାର

'ସୀମା'ରୁ ବିମାନରେ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିଲେ ରାଜ୍ୟ ସରକାର

ଆଜି ଜମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶରୁ ଗୃହରାଜ୍ୟ ଫେରୁଛନ୍ତି ୩୫୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ଯତାତି ମହାନ୍ତି, ଭୁବନେଶ୍ୱର: ଆଜି ବିମାନରେ ଓଡ଼ିଶା ଫେରୁଛନ୍ତି ୩୫୦ରୁ ଅଧିକ ପ୍ରବାସୀ ଓଡ଼ିଆ । ଲକଡାଉନ୍ ଯୋଗୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଯେଉଁ ଅଞ୍ଚଳରେ ରେଳ କିମ୍ବା ସଡ଼କ ପଥ ନାହିଁ, ସେହି ଅଞ୍ଚଳରୁ ଶ୍ରମିକଙ୍କୁ ବିମାନ ଯୋଗେ ଓଡ଼ିଶା ଫେରାଇ ଆଣାଯାଉଛି । ଏହି କ୍ରମରେ ଆଜି ଜମ୍ମୁ କାଶ୍ମୀର ଓ ହିମାଚଳପ୍ରଦେଶରୁ ୩ଟି ବିମାନରେ ଭୁବନେଶ୍ୱର ଫେରୁଛନ୍ତି ପ୍ରବାସୀ ଓଡ଼ିଆ । 

ଜମ୍ମୁ କାଶ୍ମୀରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ବିମାନ ଅପରାହ୍ନ ୧.୩୦ରେ ଭୁବନେଶ୍ୱରରେ ଅବତରଣ କରିଛି । ଅନ୍ୟ ଦୁଇ ବିମାନ ଅପରାହ୍ନ ୨.୩୦ ଓ ୩.୩୦ରେ ଅବତରଣ କରିବ । ଯାହା ଜଣାପଡ଼ିଛି, ଏହି ପ୍ରବାସୀମାନେ ଜମ୍ମୁ କାଶ୍ମୀରର ଅନନ୍ତନାଗ, ରାଜୌରୀ, ପୁଞ୍ଜ, ଜମ୍ମୁ ଓ ସମ୍ବା ଏବଂ ହିମାଚଳ ପ୍ରଦେଶର ଉନ୍ନା ଜିଲ୍ଲାରେ ଥିଲେ । ଏମାନଙ୍କୁ ଓଡ଼ିଶା ଫେରାଇ ଅଣାହେଉଥିବା ବେଳେ କୋଭିଡ଼ ୧୯ ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ କରିଛନ୍ତି ରାଜ୍ୟ ସରକାର । 

ସେହିପରି ଆସନ୍ତାକାଲି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ପ୍ରବାସୀ ଶ୍ରମିକଙ୍କ ନେଇ ଅନ୍ୟ ଏକ ବିମାନ ଭୁବନେଶ୍ୱରରେ ଅବତରଣ କରିବ । ପୂର୍ବରୁ ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ ଓ ଆସାମରୁ ମଧ୍ୟ ପ୍ରବାସୀ ଓଡ଼ିଆଙ୍କୁ ବିମାନରେ ଓଡ଼ିଶା ଫେରାଇ ଆଣିଛନ୍ତି ରାଜ୍ୟ ସରକାର । ଆଗକୁ ଏହି ମିଶନ ଜାରି ରହିବ ବୋଲି ପ୍ରେସ ବିବୃତ୍ତିରେ କୁହାଯାଇଛି ।  

Add Zee News as a Preferred Source
About the Author