Advertisement
Article Detail0/zeeodisha/odisha685338

ଆଉ ୮୦ ନୂଆ ମାମଲା, ଖାତା ଖୋଲିଲେ ଗଜପତି ଓ ନବରଙ୍ଗପୁର

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ୧୯ ଜଣ ଗଞ୍ଜାମ ଜିଲ୍ଲାର । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ ଆଉ ୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଞ୍ଚିଛି । ତେବେ ନୂଆ ମାମଲା ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି । ସେହିପରି ଦୁଇ ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୭ ମାମଲା ସ୍ଥାନୀୟ ଅଞ୍ଚଳର । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ୧୯ ଜଣ ଗଞ୍ଜାମ ଜିଲ୍ଲାର । ସେହିପରି ପୁରୀରୁ ୧୭, ଯାଜପୁରରୁ ୧୪, ସୁନ୍ଦରଗଡ଼ରୁ ୫, ନୟାଗଡ଼ରୁ ୫, ମାଲକାନଗିରିରୁ ୫, ଗଜପତିରୁ ୪, ବାଲେଶ୍ୱରରୁ ୩, ଝାରସୁଗୁଡ଼ାରୁ ୩, କନ୍ଧମାଳରୁ ୨ ଏବଂ କଟକ, ବଲାଙ୍ଗୀର ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତି ଓ ନବରଙ୍ଗପୁରରୁ ପ୍ରଥମ ଥର ପାଇଁ ଆଜି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ଏବେ ନଜର ପକାନ୍ତୁ ରାଜ୍ୟ ଡ୍ୟାସବୋର୍ଡ ଉପରେ । ରାଜ୍ୟରେ କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ ରହିଛି । ସେହିପରି ଦ୍ୱିତୀୟରେ ଯାଜପୁର(୨୩୯) ରହିଛି । ବାଲେଶ୍ୱରରେ ୧୨୮, ଭଦ୍ରକରେ ୯୮, ଖୋର୍ଦ୍ଧାରେ ୭୪, କଟକରେ ୫୭, ପୁରୀରେ ୬୫, କେନ୍ଦ୍ରାପଡ଼ାରେ ୪୦, ବୌଦ୍ଧରେ ୩୩, ଜଗତସିଂହପୁରରେ ୩୦, ସୁନ୍ଦରଗଡ଼ରେ ୩୩, ନୟାଗଡ଼ରେ ୩୨, ଅନୁଗୋଳରେ ୧୯, ମୟୂରଭଞ୍ଜରେ ୧୪, କଳାହାଣ୍ଡିରେ ୧୩, କେନ୍ଦୁଝରରେ ୧୧, ବଲାଙ୍ଗୀରରେ ୯, ସମ୍ବଲପୁରରେ ୫, କନ୍ଧମାଳରେ ୫, ମାଲକାନଗିରିରେ ୮, ଝାରସୁଗୁଡ଼ା ୫, ଦେବଗଡ଼ ୨, ଢ଼େଙ୍କାନାଳ ୨ ଏବଂ କୋରାପୁଟରେ ଜଣେ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ନୂଆ ଜିଲ୍ଲା ଭାବେ ଆଜି ଗଜପତି(୪) ଓ ନବରଙ୍ଗପୁର(୧) ମଧ୍ୟ କୋରୋନା ଆକ୍ରାନ୍ତ ଜିଲ୍ଲାରେ ସାମିଲ ହୋଇଛି । 

Add Zee News as a Preferred Source

ତେବେ ସମୁଦାୟ ୧୨୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅର୍ଥାତ ଏବେ ଆଉ ୮୨୬ଟି ମାମଲା ସକ୍ରିୟ ରହିଛି । 

About the Author