ଗଲା ସେଣ୍ଟର ଟେନସନ୍! ନିଜ ସ୍କୁଲରେ ହେବ ମାଟ୍ରିକ ପରୀକ୍ଷା
Advertisement

ଗଲା ସେଣ୍ଟର ଟେନସନ୍! ନିଜ ସ୍କୁଲରେ ହେବ ମାଟ୍ରିକ ପରୀକ୍ଷା

ଶନିବାର, ରବିବାରକୁ ମିଶାଇ ମୋଟ ୧୦୦ ଦିନ ପାଠପଢା ହେବ ବୋଲି ପୂର୍ବରୁ ଘୋଷଣା ମଧ୍ୟ ହୋଇଛି। ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦଶମ ବୋର୍ଡ ପରୀକ୍ଷା (10th Board Exam) ହେବ। ଆଉ ଏହାକୁ ନେଇ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି।

ସୌ- ଓଡିଶା ସରକାର

ଭୁବନେଶ୍ୱର: ମାଟ୍ରିକ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସେଣ୍ଟର ଚିନ୍ତା ଗଲା। ଚଳିତବର୍ଷ ଅନ୍ୟ କୌଣସି କେନ୍ଦ୍ର ନୁହେଁ ବରଂ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀତ୍ରା ଦେବେ। କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଦୀର୍ଘ ୯ ମାସ ପରେ ଜାନୁଆରୀ ୮ରୁ ରାଜ୍ୟର ହାଇସ୍କୁଲ ଓ କଲେଜରେ କ୍ଲାସରୁମ ପାଠପଢା (Class room Study) ଆରମ୍ଭ ହୋଇଛି। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିଛି । ଶନିବାର, ରବିବାରକୁ ମିଶାଇ ମୋଟ ୧୦୦ ଦିନ ପାଠପଢା ହେବ ବୋଲି ପୂର୍ବରୁ ଘୋଷଣା ମଧ୍ୟ ହୋଇଛି। ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦଶମ ବୋର୍ଡ ପରୀକ୍ଷା (10th Board Exam) ହେବ। ଆଉ ଏହାକୁ ନେଇ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି।

Also Read: 'ମୋ-ସ୍କୁଲ୍ ଅଭିଯାନ'; ପୋଷ୍ୟ ହେବେ ୧୦୦୦ ବିଦ୍ୟାର୍ଥୀ, ପାଠପଢ଼ା ବୁଝିବେ ପ୍ରଶାସନିକ ଅଧିକାରୀ

ଚଳିତବର୍ଷର ମାଟ୍ରିକ ପରୀକ୍ଷା (Matric Exam) ନେଇ ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ (Samir Dash) ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ପ୍ରାୟ ୮୦୦୦ଟି ହାଇସ୍କୁଲ ଅଛି। କିନ୍ତୁ ପୂର୍ବବର୍ଷ ଭଳି ପିଲାଙ୍କୁ ଅନ୍ୟ କେନ୍ଦ୍ରରେ ପରୀକ୍ଷା ଦେବାକୁ ଯିବାପାଇଁ ପଡିବ ନାହିଁ। ଯେଉଁ ସ୍କୁଲର ପରୀକ୍ଷାର୍ଥୀ ସେହି ସ୍କୁଲରେ ହିଁ ପରୀକ୍ଷା ଦେବେ। ତେବେ ଫର୍ମ ପୂରଣ ପରେ ସେଣ୍ଟର କଥା ବିଚାର କରାଯିବ। କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ (Odisha Education Dept) ଏଭଳି ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି।  

ବୋର୍ଡ ସଭାପତିଙ୍କ ସୂଚନା ଅନୁସାରେ, ଏଥର ପାଠପଢା କମ ହୋଇଥିବାରୁ ୧୦୦ ମାର୍କ ବଦଳରେ ୮୦ ମାର୍କର ହେବ ପରୀକ୍ଷା ହେବ। ସମୟ ମଧ୍ୟ ଅଢେଇ ଘଣ୍ଟା ନୁହେଁ ୨ ଘଣ୍ଟା ରହିବ। ନିଜ ସ୍କୁଲ (Odisha School) ରେ ପରୀକ୍ଷା ହେବ କିନ୍ତି ଅନ୍ୟ ସ୍କୁଲର ଶିକ୍ଷକ ଏହାର  ନିରୀକ୍ଷଣ କରିବେ। 'ପରୀକ୍ଷା ଦର୍ପଣ' ନାଁରେ ଦଶମ ପିଲାଙ୍କୁ ମାଗଣା ଟେଷ୍ଟପେପର (Test Paper) ବଣ୍ଟନ ହେବ।