Advertisement
Article Detail0/zeeodisha/odisha696889
Zee OdishaOdisha KhabarLockdown timepass: ଏରୋପ୍ଲେନ୍ ତିଆରି କଲେ ଓଡ଼଼ିଆ ହିରୋ ସ୍ୱରାଜ୍

Lockdown timepass: ଏରୋପ୍ଲେନ୍ ତିଆରି କଲେ ଓଡ଼଼ିଆ ହିରୋ ସ୍ୱରାଜ୍

ଲକଡାଉନ୍ ସମୟରେ ନିଆରା ପ୍ରୟାସ

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ଆପଣମାନଙ୍କ ମଧ୍ୟରୁ ଅନେକ ଜଣ ବିଭିନ୍ନ ତରିକାରେ ଏହି ଲକଡାଉନ୍ ସମୟକୁ ବିତାଇଥିବେ, କେହି କେହି କିଛି କ୍ରିଏଟିଭ୍ କାମ କରିଥିବା ବେଳେ ଆଉ କେହି ବୋର୍ ମଧ୍ୟ ହୋଇଥିବେ । କିନ୍ତୁ ଓଲିଉଡ୍ ୟଙ୍ଗ୍ ହିରୋ ସ୍ୱରାଜ୍ କେବେବି ନିଜ ସମୟକୁ ନଷ୍ଟ କରନ୍ତି ନାହିଁ , ସବୁବେଳେ କିଛି ନୂଆ ଶିଖିବା ଓ କରିଦେଖାଇବାରେ ତାଙ୍କର ଥାଏ ସୋଉକ୍ । ଏହି ଲକଡାଉନରେ ଏକ ଏରୋପ୍ଲେନ୍ ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସ୍ୱରାଜ୍ ।

fallback

ଲକଡାଉନ୍ ସମୟକୁ କିପରି ବିତାଇବେ ଏନେଇ କିଛି ସମୟ ଭାବିଥିଲେ ସ୍ୱରାଜ୍ , ଆଉ ତାଙ୍କ ମନକୁ ଏପରି ଏକ ଭାବନା ଆସିଲା ଯେଉଁଥିରେ ସେ ସଫଳ ମଧ୍ୟ ହେଲେ । କିଛି କାଗଜ ପଟି ସାହାର୍ଯ୍ୟରେ ଆରମ୍ଭ କଲେ ତାଙ୍କ ମିଶନ୍ ଏବଂ ପ୍ରତ୍ୟକ ଦିନ ୨ରୁ ୩ଘଣ୍ଟା ଚେଷ୍ଟା ଚଳାଇଥିଲେ । ପ୍ରଥମ ଦିନରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ନିଜ ହ୍ୱାଟସଆପ୍ ଷ୍ଟାଟସରେ ମଧ୍ୟ ନିଜ କ୍ରିଏଟିଭ୍ କାମର ଫଟୋ ଓ ଭିଡିଓ ଅପଲୋଡ୍ କରୁଥିଲେ ସ୍ୱରାଜ୍, ଯାହା ଉପରେ ନଜର ରଖିଥିଲେ ଆମ ପ୍ରତିନିଧି ସୌଭାଗ୍ୟ । 

Add Zee News as a Preferred Source

fallback

ପ୍ରଥମେ କାଗଜ ପଟିକୁ ସାଇଜ୍ କରି କାଟିବା ପରେ ରଙ୍ଗଦେଇ ଏରୋପ୍ଲେନର ବଡି ପାର୍ଟସ୍ ତିଆରି କରିଥିଲେ । ତାପରେ ଚକ ଏବଂ ଅନ୍ୟାନ୍ୟ ସରଞ୍ଜାମ ଯୋଗାଡରେ ଲାଗି ପଡ଼ିଥିଲେ ସ୍ୱରାଜ୍ । ପରେ ବ୍ୟାଟେରି ସାହାର୍ଯ୍ୟରେ ଇଞ୍ଜିନ୍ ଆକ୍ଟିଭ୍ କରି ଏରୋପ୍ଲେନର ଫ୍ୟାନ୍ ଘୁରାଇବାରେ ସକ୍ଷମ ହୋଇଥିଲେ । ଏଥିସହ ସୁନ୍ଦର ଲାଇଟ୍ ମାଧ୍ୟମରେ ଏରୋପ୍ଲେନକୁ ଅବିକଳ ରୂପ ଦେଇଛନ୍ତି । 

About the Author