'ଦିଦି'ଙ୍କୁ କ'ଣ କହିଲେ ନବୀନ ?
Advertisement

'ଦିଦି'ଙ୍କୁ କ'ଣ କହିଲେ ନବୀନ ?

ଏଭଳି ସମୟରେ ପଶ୍ଚିମବଙ୍ଗ ଲୋକଙ୍କ ସହ ଓଡ଼ିଶା ଅଛି ବୋଲି କହିଛନ୍ତି ନବୀନ । 

ଫାଇଲ ଫଟୋ

ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହେଲେ ନବୀନ ପଟ୍ଟନାୟକ । ବାତ୍ୟା 'ଅମ୍ଫାନ' ଦ୍ୱାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ସମୟରେ ପଶ୍ଚିମବଙ୍ଗ ଲୋକଙ୍କ ସହ ଓଡ଼ିଶା ଅଛି ବୋଲି କହିଛନ୍ତି ନବୀନ । ସେହିପରି ପଶ୍ଚିମବଙ୍ଗକୁ ଯଥାସମ୍ଭବ ସହାୟତା କରିବାକୁ ନିଶ୍ଚିତ କରିଛନ୍ତି । 

ପୁରା 'ଅମ୍ଫାନ' ପ୍ରଭାବ ସମ୍ପର୍କରେ ପଚାରି ବୁଝିଥିଲେ । 'ଅମ୍ଫାନ' ପ୍ରଭାବରେ ପଶ୍ଚିମବଙ୍ଗରେ ୧୬୦ରୁ ୧୮୦ କିଲୋମିଟର ବେଗରେ ପବନ ବହିଥିଲା । ଫଳରେ ପଶ୍ଚିମବଙ୍ଗର ବହୁ ଧନଜୀବନ ହାନି ହୋଇଛି । ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେହିପରି ୧ଲକ୍ଷ କୋଟିରୁ ଅଧିକ ଟଙ୍କାର ସମ୍ପତି ନଷ୍ଠ ହୋଇଛି । କୁହାଯାଉଛି, ୨୮୩ ବର୍ଷ ପରେ ପଶ୍ଚିମବଙ୍ଗ ସାମ୍ନା କରିଛି ଏପ୍ରକାର ବାତ୍ୟା । 

ତେବେ ବାତ୍ୟାଞ୍ଚଳ ପରିଦର୍ଶନ ପାଇଁ ଆଜି ଉଭୟ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଗସ୍ତ କରୁଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ପ୍ରଥମେ ପଶ୍ଚିମବଙ୍ଗ ଯ।ଇଛନ୍ତି । ସେଠାରେ କୋଲକତା ସମେତ ଉତ୍ତର ଓ ଦକ୍ଷିଣ ୨୪ ପରଗନାର ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ପରେ ଓଡ଼ିଶା ଆସିବେ ।

ମୋଦିଙ୍କୁ ଆସିବାକୁ ଅପିଲ କରିଥିଲେ ମମତା

ଗତକାଲି(ଗୁରୁବାର) ସମ୍ବାଦିକ ସମ୍ମିଳନୀରେ ବାତ୍ୟାଞ୍ଚଳ ପରିଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଅସନ୍ତୁ ବୋଲି ଅପିଲ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଆଉ ଏହାର କିଛି ସମୟ ପରେ ହିଁ ମମତାଙ୍କ ଅପିଲକୁ ଗ୍ରହଣ କରି ଗସ୍ତ ନେଇ ନିଷ୍ପତ୍ତି ନେଇଥିଲେ ପ୍ରଧାନମନ୍ତ୍ରୀ ।