ନାବାଳିକାଙ୍କୁ ନ୍ୟାୟ ପାଇଁ କଂଗ୍ରେସର ଅଢେଇ ଘଣ୍ଟିଆ ଧାରଣା
Advertisement

ନାବାଳିକାଙ୍କୁ ନ୍ୟାୟ ପାଇଁ କଂଗ୍ରେସର ଅଢେଇ ଘଣ୍ଟିଆ ଧାରଣା

 ରାଜ୍ଯରେ ଦିନକୁ ଦିନ ନାବାଳିକା ଅପହରଣ ଏବଂ ଦୁଷ୍କର୍ମ ହତ୍ଯା ବଢି ଚାଲିଥିଲେ ମଧ୍ଯ ପୋଲିସର ନିଷ୍କ୍ରିୟତା ସ୍ପଷ୍ଟ ଜଣାପଡୁଛି, ତେଣୁ ଏହାକୁ କଂଗ୍ରେସ ଜୋରଦାର ପ୍ରତିବାଦ କରିଛି।

ନାବାଳିକାଙ୍କୁ ନ୍ୟାୟ ପାଇଁ କଂଗ୍ରେସର ଅଢେଇ ଘଣ୍ଟିଆ ଧାରଣା

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ପରୀ ସମେତ ରାଜ୍ଯରେ ନାବାଳିକା ଅପହରଣ, ଦୁଷ୍କର୍ମ ଏବଂ ହତ୍ଯା ବିରୋଧରେ ସୋମବାର ରାଜ୍ଯବ୍ଯାପୀ SP ଅଫିସ ସମ୍ମୁଖରେ କଂଗ୍ରେସ ଧାରଣା ଦେଇଛି। ଭୁବନେଶ୍ବରରେ ପୋଲିସ କମିଶନରଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଦିନ ସାଢେ ଦଶଟାରୁ ଗୋଟାଏ ପର୍ଯ୍ଯନ୍ତ କଂଗ୍ରେସର ବରିଷ୍ଠ ନେତାମାନେ ଧାରଣା ଦେଇଛନ୍ତି। ରାଜ୍ଯରେ ଦିନକୁ ଦିନ ନାବାଳିକା ଅପହରଣ ଏବଂ ଦୁଷ୍କର୍ମ ହତ୍ଯା ବଢି ଚାଲିଥିଲେ ମଧ୍ଯ ପୋଲିସର ନିଷ୍କ୍ରିୟତା ସ୍ପଷ୍ଟ ଜଣାପଡୁଛି, ତେଣୁ ଏହାକୁ କଂଗ୍ରେସ ଜୋରଦାର ପ୍ରତିବାଦ କରିଛି।

PCC ଡାକରା ଅନୁଯାୟୀ ରାଜ୍ଯରେ ବଢି ଚାଲିଥିବା ନାବାଳିକା ଅପହରଣ ଏବଂ ହତ୍ଯା ପ୍ରତିବାଦରେ ବହୁ ବରିଷ୍ଠ କଂଗ୍ରେସ ନେତା ଏବଂ କାର୍ଯ୍ଯକର୍ତ୍ତା ଭୁବନେଶ୍ବର (Bhubaneswar) ପୋଲିସ କମିଶନରଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ପ୍ରତ୍ଯେକ ବର୍ଷ ହଜାର ହଜାର ଶିଶୁ ଅପହରଣ (Child Kidnap) ହେଉଥିବାବେଳେ ସେଥିମଧ୍ଯରୁ ବହୁ ନାବାଳିକା ଦୁଷ୍କର୍ମ ଏବଂ ହତ୍ଯାର ଶିକାର ହେଉଛନ୍ତି। କିନ୍ତୁ ପୋଲିସର ନିଷ୍କ୍ରିୟତା ଯୋଗୁଁ ଏହା ବଢି ବଢି ଚାଲିଛି। ତେଣୁ ସରକାର ବିରୋଧରେ କଂଗ୍ରେସ ଏଭଳି ଜୋରଦାର ଆନ୍ଦୋଳନ ଆରମ୍ଭ କରିଛି। ଆଗକୁ ତୃଣମୂଳ ସ୍ତରରେ ଆନ୍ଦୋଳନ କରିବାକୁ ଯୋଜନା ହୋଇଛି ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି।

Also Read: 'ପରୀ' ପାଇଁ ପଦଯାତ୍ରା

ସେପଟେ ପରୀକୁ ନ୍ଯାୟ ପାଇଁ ବିଜେପିର ପଦଯାତ୍ରାର ଦ୍ବିତୀୟ ଦିନରେ ପଞ୍ଚିଛି। ଏଥିରେ ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି। SIT ପକ୍ଷରୁ ପରୀ ହତ୍ଯା ଘଟଣା (Pari Murder case) ରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ମଧ୍ଯ ବିଜେପି ଏହାକୁ ଲୋକଦେଖାଣିଆ ବୋଲି କହିଛି। ପ୍ରବଳ ଚାପ ହେବା ପରେ SIT ସେମିତି ଗିରଫ କରିଥିବା ବିଜେପି ଅଭିଯୋଗ ଆଣିଛି। ତେଣୁ ଘଟଣାର CBI ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଯିବା ପର୍ଯ୍ଯନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି।

ପରୀ ଏବଂ ଅନ୍ଯାନ୍ଯ ନାବାଳିକା ଅପହରଣ ପ୍ରସଙ୍ଗକୁ ନେଇ ବିରୋଧୀ ରାଜନୀତି କରୁଥିବା ଶାସକ ଦଳ ବିଜେଡି ପକ୍ଷରୁ କୁହାଯାଇଛି। ପରୀ ହତ୍ଯା ଭଳି ଗୋଟେ ଅପରାଧିକ ଘଟଣାକୁ ନେଇ ବିଜେପି ଏବଂ କଂଗ୍ରେସ ରାଜନୀତି କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି। ପୂର୍ବରୁ ମଧ୍ଯ ବିଜେପି ସବୁ ପ୍ରସଙ୍ଗରେ ରାଜନୀତି କରିଛି। କିନ୍ତୁ ପରୀ ପ୍ରସଙ୍ଗରେ ରାଜ୍ଯ ସରକାର ମୁହଁତୋଡ ଜବାବ ଦେଇଛନ୍ତି। SIT ଉପରେ ବିରୋଧୀ ପ୍ରଶ୍ନ ଉଠାଇବା ଭିତ୍ତିହୀନ। ତଦନ୍ତ ପାଇଁ ଜଣେ ଦକ୍ଷ ପୋଲିସଙ୍କୁ ଦାୟୀତ୍ବ ଦିଆଯାଇଛି ବୋଲି ବୋଲି ଦେବ କହିଛନ୍ତି।

Also Read: ‘ପରୀ’ ହତ୍ୟାକାଣ୍ଡ; ପାଞ୍ଚ ମାସ ପରେ ପ୍ରଥମ ପିଶାଚ ଗିରଫ

SIT ତଦନ୍ତ ତ୍ବରାନ୍ବିତ କରି ପରୀର ପ୍ରଥମ ହତ୍ୟା ଅଭିଯୁକ୍ତକୁ ଗିରଫ କରିଛି। ସୋମବାର ନୟାଗଡ କୋର୍ଟରେ ବି ହାଜର କରାଯାଇଛି। କିନ୍ତୁ ଏପଟେ ଆନ୍ଦୋଳନ ଥମିବା ବଦଳରେ ବଢିବାରେ ଲାଗିଛି।