• ରାତି ପାହିଲେ ଗଣତନ୍ତ୍ର ଦିବସ । କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ।
  • ଅଭିନେତା ଶାନ୍ତି ମିଶ୍ରଙ୍କ ପରଲୋକ ।
  • ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • ରାଜ୍ୟରେ ହୁ ହୁ ହୋଇ ବଢୁଛି ତେଲ ଦର । ମାଲକାନଗିରିରେ ୯୧ ଛୁଇଁଲା ତେଲ । ରାଜଧାନୀରେ ୮୫ ପାର ।
  • ଲଦାଖରେ ଚୀନ ସେନାର ଅନୁପ୍ରବେଶ । ଭାରତୀୟ ସୀମା ମଧ୍ୟରେ ଥିବା ରାସ୍ତା ବ୍ୟବହାର କରୁଥିବା ନେଇ ଲଦାଖବାସୀଙ୍କ ସୂଚନା ।
  • ଭାରତ-ଚୀନ କର୍ପ୍‌ସ କମାଣ୍ଡର ସ୍ତରୀୟ ବୈଠକ ଶେଷ । ମୋଲ୍‌ଡୋରେ ୧୫ ଘଣ୍ଟା ଧରି ଚାଲିଥିଲା ନବମ ପର୍ଯ୍ୟାୟ ଦ୍ବିପାକ୍ଷିକ କଥାବାର୍ତ୍ତା ।

କୋରୋନା ନେଇ ରାଜ୍ୟର ଡିସେମ୍ବର ଗାଇଡ୍‌ଲାଇନ୍‌; ଜାଣନ୍ତୁ କ'ଣ ଖୋଲିବ?

ନଭେମ୍ବର ଅପକ୍ଷା ଡିସେମ୍ବର ଗାଇଡଲାଇନ (corona guideline) ରେ ଅନେକ ପରିବର୍ତ୍ତନ ଆସିଛି। ହେଲେ କିଛି ଅନୁଷ୍ଠାନକୁ ଆଶ୍ୱସ୍ତି ମିଳିଥିବା ବେଳେ ଅନେକ ପୂର୍ବ ଭଳି ବନ୍ଦ ରହିବ।

କୋରୋନା ନେଇ ରାଜ୍ୟର ଡିସେମ୍ବର ଗାଇଡ୍‌ଲାଇନ୍‌; ଜାଣନ୍ତୁ କ'ଣ ଖୋଲିବ?
ଡିଜାଇନ ଫଟୋ

 

ଭୁବନେଶ୍ୱର: ମହାମାରୀ କୋରୋନାକୁ ନେଇ ଡିସେମ୍ବର ୩୧ ଯାଏ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର (Odisha govt) । ନଭେମ୍ବର ଅପକ୍ଷା ଡିସେମ୍ବର ଗାଇଡଲାଇନ (corona guideline) ରେ ଅନେକ ପରିବର୍ତ୍ତନ ଆସିଛି। ହେଲେ କିଛି ଅନୁଷ୍ଠାନକୁ ଆଶ୍ୱସ୍ତି ମିଳିଥିବା ବେଳେ ଅନେକ ପୂର୍ବ ଭଳି ବନ୍ଦ ରହିବ। ତେବେ ଆସନ୍ତୁ ଜାଣିବା ଏହି ନୂଆ ଗାଇଡଲାଇନରେ କଣ ବଦଳିଛି? 

  • କଣ୍ଟେନମେଣ୍ଟ ଜୋନରେ ପୂର୍ବ ଭଳି ଲକଡାଉନ  (lockdown) ଜାରି କରାଯାଇପାରିବ
  • ସ୍ଥାନୀୟ ପ୍ରଶାସନ ସତର୍କତାର ସହ କଣ୍ଟେନମେଣ୍ଟ ଜୋନ (containment zone) ନିର୍ଦ୍ଧାରଣ କରିବେ
  • ଟେଷ୍ଟିଂ, ଟ୍ରେସିଂ ଓ ଆଇସୋଲେସନକୁ ଗୁରୁତ୍ୱ ଦିଆଯିବ
  • ଡିସେମ୍ବର ୩୧ ଯାଏ ବିଦେଶକୁ ବିମାନରେ ଯାତ୍ରା ମନା
  • ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ଅଧିକ ଗହଳିକୁ ବାରଣ
  • ହଲ୍‌ରେ ୫୦% କ୍ଷମତାରେ ସର୍ବାଧିକ ଶହେ ଜଣଙ୍କୁ ନେଇ ବାଣିଜ୍ୟିକ ପ୍ରଦର୍ଶନୀ
  • ଡିସେମ୍ବର ୩୧ ଯାଏ ବନ୍ଦ ରହିବ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର  (Anganwadi center)
  • ଜାରି ରହିବ ହିତାଧିକାରୀଙ୍କୁ ଘରେ ରାସନ ପହଞ୍ଚାଇବା କାର୍ଯ୍ୟ
  • ପୂର୍ବପରି ବନ୍ଦ ରହିବ ସିନେମା ହଲ, ସୁଇମିଂ ପୁଲ, ଅଡିଟୋରିୟମ
  • ଏଥର ହେବନି ତୋଷାଳୀ ମେଳା (Toshali Mela) , ଶିଶିର ସରସ ମେଳା 
  • ବିବାହ ଉତ୍ସବରେ ଶୋଭାଯାତ୍ରା ମନା
  • ବିବାହ ଉତ୍ସବରେ ସର୍ବାଧିକ ୫୦ ଓ ଅନ୍ତ୍ୟେଷ୍ଟିକ୍ରୀୟାରେ ୨୦ ଜଣଙ୍କୁ ଅନୁମତି

Also Read: ବହଳ ହେଉଛି କୋରୋନା ସଙ୍କଟ

 

  • ଧାର୍ମିକ ଅନୁଷ୍ଠାନ (religious institutes) କୁ ପ୍ରବେଶ ଅନୁମତି ଦେଇପାରିବେ ସ୍ଥାନୀୟ ପ୍ରଶାସନ
  • ମଙ୍ଗଳବାରଠୁ ଖୋଲିବ ସମସ୍ତ ମେଡିକାଲ୍ କଲେଜ୍ (medical college)
  • ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ
  • ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ
  • ଅନ୍‌ଲାଇନ୍‌ ପାଠପଢ଼ା ଓ ପରୀକ୍ଷା ପାଇଁ ଲାଗୁ ହେବନି କଟକଣା
  • ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ SOP ନିର୍ଦ୍ଧାରଣ ପରେ ସ୍କୁଲ ଖୋଲିବା ନିଷ୍ପତ୍ତି

Also Read: ୧୦୨ ବର୍ଷ ପୂର୍ବେ 'ବମ୍ବେ ଜ୍ୱର' ମହାମାରୀ ନେଇଥିଲା ୨ କୋଟି ଜୀବନ

 

ତେବେ ପୂର୍ବଭଳି ମାସ୍କ ବ୍ୟବହାର ଓ ସାମାଜିତ ଦୂରତା ରଖିବା ବାଧ୍ୟତା ମୂଳକ। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ସମସ୍ତଙ୍କୁ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ଦିଆଯାଇଛି ପରାମର୍ଶ।