ଭୁବନେଶ୍ୱର: ମହାମାରୀ କୋରୋନାକୁ ନେଇ ଡିସେମ୍ବର ୩୧ ଯାଏ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର (Odisha govt) । ନଭେମ୍ବର ଅପକ୍ଷା ଡିସେମ୍ବର ଗାଇଡଲାଇନ (corona guideline) ରେ ଅନେକ ପରିବର୍ତ୍ତନ ଆସିଛି। ହେଲେ କିଛି ଅନୁଷ୍ଠାନକୁ ଆଶ୍ୱସ୍ତି ମିଳିଥିବା ବେଳେ ଅନେକ ପୂର୍ବ ଭଳି ବନ୍ଦ ରହିବ। ତେବେ ଆସନ୍ତୁ ଜାଣିବା ଏହି ନୂଆ ଗାଇଡଲାଇନରେ କଣ ବଦଳିଛି?
- କଣ୍ଟେନମେଣ୍ଟ ଜୋନରେ ପୂର୍ବ ଭଳି ଲକଡାଉନ (lockdown) ଜାରି କରାଯାଇପାରିବ
- ସ୍ଥାନୀୟ ପ୍ରଶାସନ ସତର୍କତାର ସହ କଣ୍ଟେନମେଣ୍ଟ ଜୋନ (containment zone) ନିର୍ଦ୍ଧାରଣ କରିବେ
- ଟେଷ୍ଟିଂ, ଟ୍ରେସିଂ ଓ ଆଇସୋଲେସନକୁ ଗୁରୁତ୍ୱ ଦିଆଯିବ
- ଡିସେମ୍ବର ୩୧ ଯାଏ ବିଦେଶକୁ ବିମାନରେ ଯାତ୍ରା ମନା
- ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ଅଧିକ ଗହଳିକୁ ବାରଣ
- ହଲ୍ରେ ୫୦% କ୍ଷମତାରେ ସର୍ବାଧିକ ଶହେ ଜଣଙ୍କୁ ନେଇ ବାଣିଜ୍ୟିକ ପ୍ରଦର୍ଶନୀ
- ଡିସେମ୍ବର ୩୧ ଯାଏ ବନ୍ଦ ରହିବ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର (Anganwadi center)
- ଜାରି ରହିବ ହିତାଧିକାରୀଙ୍କୁ ଘରେ ରାସନ ପହଞ୍ଚାଇବା କାର୍ଯ୍ୟ
- ପୂର୍ବପରି ବନ୍ଦ ରହିବ ସିନେମା ହଲ, ସୁଇମିଂ ପୁଲ, ଅଡିଟୋରିୟମ
- ଏଥର ହେବନି ତୋଷାଳୀ ମେଳା (Toshali Mela) , ଶିଶିର ସରସ ମେଳା
- ବିବାହ ଉତ୍ସବରେ ଶୋଭାଯାତ୍ରା ମନା
- ବିବାହ ଉତ୍ସବରେ ସର୍ବାଧିକ ୫୦ ଓ ଅନ୍ତ୍ୟେଷ୍ଟିକ୍ରୀୟାରେ ୨୦ ଜଣଙ୍କୁ ଅନୁମତି
Also Read: ବହଳ ହେଉଛି କୋରୋନା ସଙ୍କଟ
- ଧାର୍ମିକ ଅନୁଷ୍ଠାନ (religious institutes) କୁ ପ୍ରବେଶ ଅନୁମତି ଦେଇପାରିବେ ସ୍ଥାନୀୟ ପ୍ରଶାସନ
- ମଙ୍ଗଳବାରଠୁ ଖୋଲିବ ସମସ୍ତ ମେଡିକାଲ୍ କଲେଜ୍ (medical college)
- ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ
- ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ
- ଅନ୍ଲାଇନ୍ ପାଠପଢ଼ା ଓ ପରୀକ୍ଷା ପାଇଁ ଲାଗୁ ହେବନି କଟକଣା
- ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ SOP ନିର୍ଦ୍ଧାରଣ ପରେ ସ୍କୁଲ ଖୋଲିବା ନିଷ୍ପତ୍ତି
Also Read: ୧୦୨ ବର୍ଷ ପୂର୍ବେ 'ବମ୍ବେ ଜ୍ୱର' ମହାମାରୀ ନେଇଥିଲା ୨ କୋଟି ଜୀବନ
ତେବେ ପୂର୍ବଭଳି ମାସ୍କ ବ୍ୟବହାର ଓ ସାମାଜିତ ଦୂରତା ରଖିବା ବାଧ୍ୟତା ମୂଳକ। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ସମସ୍ତଙ୍କୁ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ଦିଆଯାଇଛି ପରାମର୍ଶ।