ରଥଯାତ୍ରା ବନ୍ଦ ନେଇ ଜନସ୍ୱାର୍ଥ ମାମଲା: ଆଡଭକେଟ ଜେନେରାଲଙ୍କୁ ଏପରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ...
Advertisement

ରଥଯାତ୍ରା ବନ୍ଦ ନେଇ ଜନସ୍ୱାର୍ଥ ମାମଲା: ଆଡଭକେଟ ଜେନେରାଲଙ୍କୁ ଏପରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ...

ଆସନ୍ତା ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । 

ଫାଇଲ ଫଟୋ

ଚିନମ୍ ଜଗନ୍ନାଥ ପାତ୍ର, କଟକ: ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଓ ରଥ ନିର୍ମାଣ ଅଗ୍ରଗତି ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ଆଡଭକେଟ ଜେନେରାଲଙ୍କୁ ହାଇକୋର୍ଟ କହିଛନ୍ତି । ରଥଯାତ୍ରା ବନ୍ଦ କରିବାକୁ ନେଇ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ଏହା କହିଛନ୍ତି । ଅନ୍ୟପଟେ ଏହି ମାମଲାକୁ ବିରୋଧ କରି ଦାୟର ଦୁଇଟି ଇଣ୍ଟରଭିନିଙ୍ଗ ପିଟିସନ୍‌କୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି । 

କୋଭିଟ ୧୯ ପରିସ୍ଥିତିରେ ସାମାଜିକ ଦୂରତ୍ୱ ରଖିବା ଏକ ମାତ୍ର ବିକଳ୍ପ  । ରଥଯାତ୍ରା କରାଗଲେ ସାମାଜିକ ଦୂରତ୍ୱ ବଜାୟ ରଖିବା ସମ୍ଭବ ପର ନୁହେଁ ଦର୍ଶାଇ ରଥଯାତ୍ରା ବନ୍ଦ କରିବାକୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର ହୋଇଛି । ତେବେ ଶହ ଶହ ବର୍ଷର ପରମ୍ପରାକୁ ଭଙ୍ଗ ନ କରି କୋଭିଡ୍-୧୯ର ସର୍ତ୍ତାବଳୀ ଆଧାରାରେ ରଥଯାତ୍ରା କରାଇବାକୁ ଇଣ୍ଟରଭିନିଙ୍ଗ ପିଟିସନରେ ଦର୍ଶାଯାଇଛି । 

ଆଜି ମାମଲାର ପ୍ରାରମ୍ଭିକ ଶୁଣାଣିରେ ରଥଯାତ୍ରା ପ୍ରସଙ୍ଗରେ ସରକାର କ'ଣ ଯୋଜନା ରହିଛି ସେ ବିଷୟରେ ସବିଶେଷ ଜଣାଇବାକୁ ଆଡଭୋକେଟ ଜେନେରାଲଙ୍କୁ କୋର୍ଟ କହିଛନ୍ତି । ଆସନ୍ତା ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।